ସ୍କାଏମେଟ୍‌ ଆକଳନ, ଏବର୍ଷ ଦେଶରେ ସ୍ୱାଭାବିକଠୁ କମ୍‌ ହେବ ମୌସୁମୀ ବର୍ଷା

କେନ୍ୟୁଜ୍: ମୌସୁମୀ ଋତୁରେ ଏବର୍ଷ ସ୍ୱାଭାବିକଠାରୁ କମ୍‌ ବର୍ଷା ହେବ। ଏଲନିନୋ ପ୍ରଭାବରେ କମିବ ବର୍ଷା। ଜୁନ୍‌ରୁ ସେପ୍ଟେମ୍ବରରେ ଲଙ୍ଗ୍‌ ପିରିୟଡ୍‌ ଆଭରେଜ୍‌ରେ ୯୩ ପ୍ରତିଶତ ବର୍ଷା ହେବ। ଏହି ଆକଳନ କରିଛି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌। ଦେଶର ୪ଟି ରିଜିଅନ୍‌ ପାଇଁ ପୂର୍ବାନୁମାନ କରିଛି ସ୍କାଏମେଟ୍‌। ଚଳିତ ବର୍ଷ ଦୁର୍ବଳ ରହିପାରେ ମୌସୁମୀ । ଏହାର ପ୍ରଭାବରେ ଅତ୍ୟଧିକ ବର୍ଷା ସମ୍ଭାବନା ଆଦୌ ନାହିଁ। ସେହିପରି ସ୍ୱାଭାବିକଠାରୁ ଅଧିକ ବର୍ଷା ପରିମାଣ ବି ଶୂନ ପ୍ରତିଶତ ରହିବ। ସ୍ୱାଭାବିକ ବୃଷ୍ଟିପାତର ସମ୍ଭାବନା ମାତ୍ର ୩୦ ପ୍ରତିଶତ। ୧୫ ପ୍ରତିଶତ ମରୁଡ଼ି ପୂର୍ବାନୁମାନ କରିଛି ସ୍କାଏମେଟ୍‌।

rainyସ୍କାଏମେଟ୍‌ର ଆକଳନ ଅନୁସାରେ ପୂର୍ବ, ଉତ୍ତର-ପୂର୍ବ ଓ କେନ୍ଦ୍ର ଭାରତରେ ବର୍ଷା ପରିମାଣ ଉତ୍ତର-ପଶ୍ଚିମ ଓ ଦକ୍ଷିଣ ଉପଦୀପ ଅପେକ୍ଷା ବହୁତ କମିବ। ପୂର୍ବ ଓ ଉତ୍ତର-ପୂର୍ବ ଭାରତରେ ମୌସୁମୀ ବର୍ଷା ପରିମାଣ ସ୍ୱାଭାବିକଠାରୁ ୯୨ ପ୍ରତିଶତ କମ୍‌ ରହିବ। କେନ୍ଦ୍ରୀୟ ଭାରତରେ ଜୁନ୍‌ରୁ ସେପ୍ଟେମ୍ବର ଭିତରେ ସ୍ୱାଭାବିକଠାରୁ ୯୧ ପ୍ରତିଶତ କମ୍‌ ବୃଷ୍ଟିପାତ ସମ୍ଭାବନା ରହିଛି। ତେବେ ସ୍କାଏମେଟ୍‌ ଆକଳନ ଅନୁସାରେ, ଓଡ଼ିଶା ଓ ଛତିଶଗଡ଼ରେ ଏଥର ଭଲ ବର୍ଷିବ। ଉତ୍ତର-ପଶ୍ଚିମ ଭାରତରେ ଲଙ୍ଗ୍‌ ପିରିୟଡ ଆଭରେଜ୍‌ରେ ମୌସୁମୀ ବର୍ଷା ପରିମାଣ ୯୬ ପ୍ରତିଶତ ଓ ଦକ୍ଷିଣ ଉପଦ୍ୱୀପରେ ୯୫ ପ୍ରତିଶତ ରହିବ ବୋଲି କହିଛି ସ୍କାଏମେଟ୍‌।

monsoonଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା, ଚଳିତବର୍ଷ ଦେଶକୁ ଠିକ୍‌ ସମୟରେ ଆସିବ ମୌସୁମୀ। କିନ୍ତୁ ସ୍କାଏମେଟ୍‌ ସୂଚନା କହୁଛି, ମୌସୁମୀ ଭାରତରେ ପାଦ ଥାପିବାରେ ଦିନେ ଦୁଇ ଦିନ ଏପଟ ସେପଟ ହୋଇପାରେ। ସେହିପରି ଭାରତୀୟ ପାଣିପାଗ ବିଭାଗ ଚଳିତବର୍ଷ ଦେଶରେ ପାଖାପାଖି ସ୍ୱାଭାବିକ ବର୍ଷା ଅର୍ଥାତ ଲଙ୍ଗ୍‌ ପିରିୟଡ ଆଭରେଜରେ ୯୬ ପ୍ରତିଶତ ବର୍ଷା ସମ୍ଭାବନା ଥିବା କହିଥିଲା। କିନ୍ତୁ ସ୍କାଏମେଟ୍‌ ସ୍ୱାଭାବିକଠାରୁ କମ୍‌ ବୃଷ୍ଟିପାତ ନେଇ ଅନୁମାନ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.