Below header

କୋଲକାତାରେ ଅମିତ ଶାହଙ୍କ ରୋଡ୍‌ ସୋ’ରେ ଲଙ୍କାକାଣ୍ଡ, ବିଜେପି ସହ ଟିଏମ୍‌ସି ଓ ବାମଦଳ ସମର୍ଥକ ମୁହାଁମୁହିଁ

କୋଲକାତା: ଅମିତ ଶାହାଙ୍କ କୋଲକାତା ରୋଡ୍‌ ଶୋରେ ଲଙ୍କାକାଣ୍ଡ। କୋଲକାତାରେ ବିଜେପି, ବାମଦଳ ଓ ତୃଣମୂଳ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ । ଗତାକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟଙ୍କ ୮ କିଲୋମିଟର ରୋଡ୍‌ ସୋ ଥିଲା । ରୋଡ୍‌ ସୋ ବିଦ୍ୟାସାଗର କଲେଜ ନିକଟ ଦେଇ ଯିବା ସମୟରେ ଆରମ୍ଭ ହୋଇଥିଲା ଗଣ୍ଡଗୋଳ । କିଛି ଗୋଷ୍ଠୀ ଅମିତ ଶାହା ବିରୋଧୀ ସ୍ଲୋଗାନ ଦେଇଥିଲେ । ବିଜେପି ସମର୍ଥକଙ୍କ ମଧ୍ୟରେ ଟେକାପଥର ମାଡ ହୋଇଥିଲା ।

violence କିଛି ସ୍ଥାନରେ ପୋଡାଜଳା ହୋଇଥିବା ମଧ୍ୟ ଜଣା ପଡିଛି । ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ଲାଠିମାଡ଼ କରିଥିଲା । ଏହି ଘଟଣା ପାଇଁ ବିଜେପି ତୃଣମୂଳ କଂଗ୍ରେସକୁ ଦାୟୀ କରିଛି । ଅମିତ ଶାହା କହିଛନ୍ତି କୋଲକାତା ବାସୀ ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ଉଚିତ ଜବାବ ଦେବେ ।

policeସେପଟେ ଏହି ଘଟଣା ପରେ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟିଥିଲା ବିଜେପି । ବିଶୃଙ୍ଖଳା ସୃଷ୍ଟିକାରୀ ଓ ଅପରାଧ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରାଯାଉ । କେନ୍ଦ୍ରୀୟ ବଳ ଫ୍ଲାଗ୍‌ ମାର୍ଚ୍ଚ କରୁ । ଏହାସହ ମମତା ବାନାର୍ଜୀଙ୍କୁ ପ୍ରଚାରରୁ ଦୂରେଇ ରଖାଯାଉ ବୋଲି ଦଳ ଦାବି କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.