ସମ୍ବଲପୁର-ହୀରାକୁଦ ରାସ୍ତାରେ ଥିବା ଲକ୍ଷ୍ମୀଡୁଙ୍ଗୁରୀ ପାହାଡରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଙ୍ଗଲ ଜଳିପୋଡି ପାଉଁଶ

କେନ୍ୟୁଜ୍: ଜଳୁଛି ଜଙ୍ଗଲ। ସମ୍ବଲପୁର-ହୀରାକୁଦ ରାସ୍ତାରେ ଥିବା ଲକ୍ଷ୍ମୀଡୁଙ୍ଗୁରୀ ପାହାଡରେ ନିଆଁ ଲାଗି ପୁରା ଜଙ୍ଗଲକୁ ବ୍ୟାପିଯାଇଥିଲା। କିଛି ସମୟ ମଧ୍ୟରେ ଜଳିପୋଡି ପାଉଁଶ ହୋଇଯାଇଥିଲା ପୁରା ଜଙ୍ଗଲ। ଫଳରେ ଅନେକ ମୂଲ୍ୟବାନ ଗଛ ସବୁ ଜଳି ଯାଇଛି। ୩ଘଣ୍ଟା ପରେ ବନବିଭାଗ, ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକଙ୍କ ମିଳିତ ଉଦ୍ୟମରେ ନିଆଁକୁ ଆୟତ କରାଯାଇଥିଲା। ଲକ୍ଷ୍ମୀଡୁଙ୍ଗୁରୀ ପାହାଡ ନିକଟରେ ଅଳିଆ ଆବର୍ଜନା ପକାଯାଉଥିବାକୁ ପ୍ରତିବର୍ଷ ଜଙ୍ଗଲରେ ନିଆଁ ଲାଗୁଥିବା ଅଭିଯୋଗ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.