କଳାହାଣ୍ଡି(କେନ୍ୟୁଜ୍) : କଳାହାଣ୍ଡିରେ ମାତିଲେ ଲାଲ୍ବାହିନୀ। ଠିକାକ୍ୟାମ୍ପରେ ୮ ଗାଡ଼ି ଜାଳିଦେଲେ ମାଓବାଦୀ। ଗାଡି ମଧ୍ଯରେ ୫ଟି ଟ୍ରାକ୍ଟର, ୨ଟି ଜେସିବି ଓ ଗୋଟେ ମିକଶ୍ଚର ମେସିନ୍ ରହିଛି। ନିମ୍ନମାନର ରାସ୍ତା କାମ ନିର୍ମାଣକୁ ବିରୋଧ କରି ଏହି ଲଙ୍କାକାଣ୍ଡ ଘଟିଛି। ମଦନପୁର-ରାମପୁର ଥାନା ଉଲାବାନି ନିକଟ ନିଆଁମୁଣ୍ଡାରେ ଗତକାଲି ରାତିରେ ଏହି ଅଘଟଣ ଘଟିଛି। ପ୍ରାୟ ୧୦ରୁ ଅଧିକ ମାଓବାଦୀ ଆସି ଲଙ୍କାକାଣ୍ଡ ଘଟାଇଛନ୍ତି। ସଂପୃକ୍ତ ଅଞ୍ଚଳରେ ଏକ ଠିକା ସଂସ୍ଥା କାମ କରୁଥିବାବେଳେ ମାଓବାଦୀମାନେ ଏହାକୁ ବିରୋଧ କରୁଥିଲେ।