‘ହ୍ବାଟସ୍‌ଆପ୍‌’ ଉପରେ ଭାଇରସ୍‌ ଆକ୍ରମଣ

ନୂଆଦିଲ୍ଲୀ:  ‘ହ୍ବାଟସ୍‌ଆପ୍‌’ ଉପରେ ସ୍ପାଏଓୟାର ବା ଭାଇରସ୍‌ ଆକ୍ରମଣ । ଇସ୍ରାଏଲ୍‌ର ‘ଏନ୍‌ଏସ୍‌ଓ’ ନାମକ ଏକ ସଂସ୍ଥା ଏହି ଆକ୍ରମଣ କରିଥିବା ଜଣାପଡ଼ିଛି। ଏହି ବିଷୟ ଜଣାପଡ଼ିବା ପରେ ଏହାକୁ ବ୍ୟବହାର କରୁଥିବା ବ୍ୟକ୍ତିବିଶେ‌ଷ, ସରକାର ଏବଂ ବିଭିନ୍ନ ପ୍ରକାର ସଂସ୍ଥା ଚିନ୍ତିତ ହୋଇପଡ଼ିଛନ୍ତି। ହ୍ବାଟସ୍‌ଆପର ଏଣ୍ଡ୍‌-ଟୁ-ଏଣ୍ଡ୍‌ ଏନ୍‌କ୍ରିପ୍‌ସନ୍‌ ସୁବିଧା ଯୋଗୁ କେବଳ ମେସେଜ୍ ପଠାଉଥିବା ଏବଂ ପାଉଥିବା ବ୍ୟକ୍ତି ହିଁ ମେସେଜ୍‌କୁ ଦେଖିପାରନ୍ତି। ମାତ୍ର ହ୍ବାଟସଆପ୍ ଜରିଆରେ କରାଯାଉଥିବା ଫୋନ୍ କଲ୍‌ର ନିରାପତ୍ତାରେ ଛିଦ୍ର ରହିଯାଇଥିଲା। ତାହାକୁ ଜାଣିପାରିବ ଇସ୍ରାଏଲ୍‌ର କଂପାନି ସ୍ପାଏଓୟାର୍‌ ଆକ୍ରମଣ କରିବାରେ ସଫଳ ହୋଇଛି।

whatsappହ୍ବାଟସ୍‌ଆପ୍‌ରେ କଲ୍ ଆସିବା ବେଳେ ଏହି ସ୍ପାଏଓୟାର‌ କିଛି ନକରି ମଧ୍ଯ ଆପେ ଆପେ ଫୋନ୍‌ରେ ଇନଷ୍ଟଲ୍ ହୋଇଯାଉଛି। ଯେଉଁମାନଙ୍କ ଫୋନ୍‌ରେ ଏହି ସ୍ପାଏଓୟାର ପ୍ରବେଶ କରିଛି ଉକ୍ତ ଫୋନ୍‌ରେ ଥିବା ସବୁ ପ୍ରକାର ତଥ୍ୟ ଯଥା କଲ୍‌ ବିବରଣୀ, ଇ-ମେଲ୍‌, ମେସେଜ୍, ଫେଟୋ ଇତ୍ୟାଦିକୁ ଇସ୍ରା‌ଏଲ୍‌ର ଏହି ଇଣ୍ଟେଲିଜେନ୍ସ କଂପାନି ହାସଲ କରିପାରୁଛି। ଏହି ଆକ୍ରମଣ ଦ୍ବାରା ବିଶ୍ବର କେତେ ଫୋନ୍ ପ୍ରଭାବିତ ହୋଇଛି ତାହା ଜଣାପଡ଼ିନାହିଁ।

virusଗତ ମାସରେ ହ୍ବାଟସ୍‌ଆପ୍ ଏଭଳି ଆକ୍ରମଣ ବିଷୟରେ ସୂଚନା ପାଇବା ପରେ ନିରାପତ୍ତା ପ୍ରାଚୀରରେ ଥିବା କ୍ଷୁର୍ଣ୍ଣକୁ ପୂରଣ କରିବା‌ ଉଦ୍ୟମ ଆରମ୍ଭ କରିଥିଲା। ବ୍ୟବହାରକାରୀଙ୍କୁ ଏକ ସୁରକ୍ଷିତ ପ୍ଲାଟଫର୍ମ ପ୍ରଦାନ କରିବା ପାଇଁ କଂପାନି ହ୍ବାଟସ୍‌ଆପ୍‌ର ଅପଡେଟ୍‌ ଜାରି କରିଛି। ତୁରନ୍ତ ନିଜ ଆପ୍‌କୁ ଅପ୍‌ଡେଟ୍‌ କରାଇନେବାକୁ ହ୍ବାଟସ୍‌ଆପ୍ ପକ୍ଷରୁ ବ୍ୟବହାରକାରୀମାନଙ୍କୁ ଆହ୍ବାନ ଦିଆଯାଇଛି।
ଏହି ଭାଇରସ୍‌ ଆକ୍ରମଣ ବିଷୟରେ ଫେସବୁକ୍ ମାଲିକାନାରେ ଥିବା ହ୍ବାଟସଆପ୍ ବିଶ୍ବ ପ୍ରମୁଖ ନିରାପତ୍ତା ଏଜେନ୍ସି ଓ ଆମେରିକାର ନ୍ୟାୟ ବିଭାଗକୁ ସୂଚନା ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.