Below header

ବାତ୍ୟାରେ ଭାଙ୍ଗିଛି କେତେ ଘର ? ଆଜିଠୁ ସପ୍ତାହେ ବ୍ୟାପୀ ଆରମ୍ଭ ହେବ କ୍ଷୟକ୍ଷତିର ଆକଳନ

କେନ୍ୟୁଜ୍: ବାତ୍ୟାରେ ଭାଙ୍ଗିଛି କେତେ ଘର ? ଆଜିଠୁ ସପ୍ତାହେ ବ୍ୟାପୀ ଆରମ୍ଭ ହେବ କ୍ଷୟକ୍ଷତିର ଆକଳନ । ସର୍ବାଧିକ କ୍ଷତିଗ୍ରସ୍ତ ବ୍ଲକରେ ବରିଷ୍ଠ ଅଧିକାରୀମାନେ ଏହି ଆକଳନ ପ୍ରକ୍ରିୟାକୁ ନିରୀକ୍ଷଣ କରିବେ । ଜୁନ ୧ ତାରିଖରୁ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯିବ । ଏନେଇ ପୂର୍ବରୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫନି ପ୍ରଭାବରେ ଘର ସଂପୂର୍ଣ୍ଣ କିମ୍ବା ଆଂଶିକ କ୍ଷତିଗ୍ରସ୍ତ ହୋଇଥିଲେ ସେମାନଙ୍କୁ ପକ୍କା ଘର ଯୋଗାଇ ଦିଆଯିବ । ପ୍ରଭାବିତ କୌଣସି ବ୍ୟକ୍ତି ଏଥିରୁ ବାଦ ପଡ଼ିବେ ନାହିଁ ତାଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ୧୬ଶହ କୋଟି ଟଙ୍କାର ଫନି ପ୍ୟାକେଜ ବି ଘୋଷଣା  କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.