Below header

ଆଜିଠାରୁ ପୁରୀ ଓ କୋଣାର୍କ ସହରକୁ ଆରମ୍ଭ ହେବ ବିଦ୍ୟୁତ ଯୋଗାଣ

ପୁରୀ(କେନ୍ୟୁଜ୍): ଆଜିଠାରୁ ପୁରୀ ଓ କୋଣାର୍କ ସହରରେ ବିଦ୍ୟୁତ ସେବା ଯୋଗାଇବା କାମ ଆରମ୍ଭ ହେବ । ପୁରୀକୁ ଯାଇଥିବା ୨୨୦ କେଭି ଲାଇନରେ ୭୫ଟି ଟାୱାର କ୍ଷତି ଗ୍ରସ୍ତ ହୋଇଛି । ଏହାସହ ୧୩୨ କେଭି ଚନ୍ଦକା ପୁରୀ ଲାଇନରେ ୨୫ଟି ଟାୱାର କ୍ଷତିଗ୍ରସ୍ତ ହୋଇଛି । ଏହି ଲାଇନରେ ଏମ୍‌ଜେନ୍‌ସି ରିଷ୍ଟୋର ସିଷ୍ଟମ ଜରିଆରେ ପୁରୀକୁ ବିଦ୍ୟୁତ ଯୋଗାଇ ଦିଆଯିବ । ସେହିପରି ୧୩୨ କେଭି ଖୋର୍ଦ୍ଧା ପୁରୀ ଲାଇନ୍‌ର ୩୦ଟି ଟାୱାର କ୍ଷତିଗ୍ରସ୍ତ ହୋଇଛି । ଏହି ସ୍ଥାନରେ ମରାମତି କାମ ଜୋରସୋରରେ ଚାଲିଛି । ମୋଟ ଭାବେ ଏହି ଲାଇନ ଗୁଡିକରେ ୪୫୦୦ ବିଦ୍ୟୁତ କର୍ମଚାରୀ ନିୟୋଜିତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.