ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ, ଗୋଟିଏ ଦିନରେ ମିଳିଛି ୧୩ କୋଟି ୪୬ ଲକ୍ଷ

ଭୁବନେଶ୍ବର(କେନ୍ୟୁଜ୍): ଫନି ବାତ୍ୟା ବିପନ୍ନଙ୍କୁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଗତକାଲି ୧୩ କୋଟି ୪୬ ଲକ୍ଷ ଦାନ ଦେଇଛନ୍ତି ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ । ସିରାଜଉଦ୍ଦିନ ଏଣ୍ଡ କୋ ଏବଂ ଓଡ଼ିଶା ବିଭେରେଜ କର୍ପୋରେସନ ପକ୍ଷରୁ ୫ କୋଟି ଟଙ୍କା, ଖିମଜି ଆଣ୍ଡ ସନସ ୨୧ ଲକ୍ଷ ଟଙ୍କା, ଜ୍ୟୋତି ମୋଟର୍ସ ୧୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଫାଲକନ ମେରାଇନ ଏକ୍ସପୋର୍ଟ ୨୦ ଲକ୍ଷ ୧୨ହଜାର ଟଙ୍କା ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ ୩୯ ଲକ୍ଷ ଟଙ୍କା ସିଏମଙ୍କ ଫଣ୍ଡକୁ ଦେଇଛି । ସେହିପରି ସାଂସଦ ପ୍ରତାପ କେଶରୀ ଦେବ ୫ ଲକ୍ଷ ଟଙ୍କା, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ୧ ଲକ୍ଷ ଟଙ୍କା, ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ଏକ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ମୋଟ ୨୩ଟି ସଂସ୍ଥା ଓ ବ୍ୟକ୍ତି ବିଶେଷ ୧୩ କୋଟି ୪୫ ଲକ୍ଷ ୫୧ ହଜାର ଶହେ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.