Below header

ଆଜିଠାରୁ ପୁଣି ଖୋଲିବ ଆହାର କେନ୍ଦ୍ର

କେନ୍ୟୁଜ୍ : ବାତ୍ୟା ଯୋଗୁ ବନ୍ଦ ଥିବା ଆହାର କେନ୍ଦ୍ର ଆଜିଠାରୁ ପୁଣି ଖୋଲିବ। ଗରିବ ଲୋକଙ୍କୁ ପୁଣି ୫ ଟାଙ୍କାରେ ମିଳିବ ଭୋଜନ। ଏହାଦ୍ୱାରା ଗରିବ ଶ୍ରେଣୀର ଲୋକ ଉପକୃତ ହେବେ। ପୁରୀ, ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ବାତ୍ୟା ଯୋଗୁ ଆହାର କେନ୍ଦ୍ରକୁ ବନ୍ଦ ରଖାଯାଇଥିଲା। କେତେକ ସ୍ଥାନରେ ଆହାର କେନ୍ଦ୍ର କ୍ଷତିଗ୍ରସ୍ତ ହୋଇଛି। କଟକ ସହରରେ ରହିଛି ୫ଟି ଆହାର କେନ୍ଦ୍ର। ବାଦାମବାଡ଼ି ବସଷ୍ଟାଣ୍ଡରେ ହଜାର ହଜାର ଯାତ୍ରୀ ଏହାର ସୁବିଧା ପାଉଥିବା ବେଳେ ପୁଣି ଆହାର କେନ୍ଦ୍ର ଖୋଲୁଥିବାରୁ ଉପକୃତ ହେବେ ଗରିବ ଲୋକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.