Below header

ପ୍ରେମିକାକୁ ଦେଖା କରିବାକୁ ଯାଇଥିଲେ ଡାକ୍ତର, କିନ୍ତୁ ଘଟିଗଲା ଏମିତି ଘଟଣା

କୁହାଯାଏ, ପ୍ରେମ ଅନ୍ଧ ଏବଂ ଶାଶ୍ୱତ। ପ୍ରେମ କିଛି ବି ମାନେନାହିଁ। ଜାତି, ଧର୍ମ, ବର୍ଣ୍ଣ ସବୁକୁ ବାଦ ଦେଇ ପ୍ରେମ କରି ବସେ ମଣିଷ। ଏଥିପାଇଁ ଅନେକ ନିଜ ଜୀବନ ମଧ୍ୟ ଦେଇଛନ୍ତି। ଏପରି ଏକ ଅଭାବନୀୟ ଘଟଣା ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାରେ ଦେଖିବାକୁ ମିଳିଛି । ଜଣେ ଡାକ୍ତରଙ୍କର ପାଇପ୍ରୁ ଖସି ପଡିବା ଯୋଗୁଁ ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁସାରେ ଯୁବ ଡାକ୍ତର ଜଣକ ନିଜ ପ୍ରେମିକାକୁ ଦେଖା କରିବାକୁ ହଷ୍ଟେଲେ ଯାଇଥିଲେ । ପ୍ରେମିକାଙ୍କ ସହ ଦେଖା କରି ହଷ୍ଟେଲ୍ର ପାଇପ ପଟେ ଆସୁଥିବାବେଳେ ଗୋଡ ଖସି ଯାଇ ପଡିଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରାଯାଇଥିଲା ।

doc

ଇନ୍ଦୋରର ଇଣ୍ଡେକ୍ସ ମେଡ଼ିକାଲ କଲେଜରେ ଏହି ଘଟଣାଟି ଘଟିଥିବାର ସୂଚନା ରହିଛି । ଜଣେ ଡାକ୍ତର ତାଙ୍କ ପ୍ରେମିକାକୁ ପ୍ରେମିକାକୁ ଦେଖା କରି ହଷ୍ଟେଲରେ ତୃତୀୟ ମହଲାରୁ ପାଇପ ଯୋଗେ ତଳକୁ ଆସୁଥିବାବେଳେ ଖସିଯାଇ ମୃତ୍ୟୁବରଣ କରିଛନ୍ତି।

ଡାକ୍ତର ଓ ତାଙ୍କ ପ୍ରେମିକା ଏକାଠି ଏମ୍ବିବିଏସ୍ ପଢି ଥିବାବେଳେ ଡାକ୍ତର ଜଣକ ଇଣ୍ଡେକ୍ସ ହସପିଟାଲରେ ଇଣ୍ଟର୍ଣ୍ଣସିପ୍ କରୁଥିଲେ। ଲକ୍ଡାଉନ୍ରୁ ଟିକିଏ କୋହଳ ମିଳିବା ପରେ ସେ ତାଙ୍କ ପ୍ରେମିକାକୁ ସାକ୍ଷାତ କରିବାକୁ ଯାଇଥିଲେ । ନିକଟରେ ତାଙ୍କ ପ୍ରେମିକା ଇନ୍ଦୋର ଆସିଥିଲେ । ତେବେ ଏହି ଘଟଣାରେ ପୋଲିସ୍ ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.