ମୟୂରଭଞ୍ଜ: ପୁଣି ଗୁଣି ଗାରେଡିରୁ ହତ୍ୟାକାଣ୍ଡ,କଟା ମୁଣ୍ଡ ଧରି ଚାଲି ଚାଲି ଯିବା ବେଳେ ଅଭିଯୁକ୍ତ ଗିରଫ କଲା ପୋଲିସ

ମୟୂରଭଞ୍ଜ(କେନ୍ୟୁଜ୍): ପୁଣି ଗୁଣି ଗାରେଡିର ସେନ୍ଦେହରେ ହତ୍ୟାକାଣ୍ଡ। କଟା ମୁଣ୍ଡ ଧରି ଚାଲି ଚାଲି ଯିବା ବେଳେ ଅଭିଯୁକ୍ତ ଗିରଫ । ମୟୂରଭଞ୍ଜର ଖୁଣ୍ଟା ଥାନା କରକଚିଆ ଗାଁରେ ବୀଭତ୍ସ ହତ୍ୟାକାଣ୍ଡ । ଡାହାଣୀ ସନ୍ଦେହରେ ନିଜ ମାଇଁର ମୁଣ୍ଡ କାଟିଲା ଭଣଜା । ପରେ କଟାମୁଣ୍ଡ ଓ ବର୍ଚ୍ଛା ଧରି ଅଭିଯୁକ୍ତ ଆତ୍ମସମର୍ପଣ ପାଇଁ ଚାଲି ଚାଲି ଯାଉଥିବା ବେଳେ ପୋଲିସ ତାକୁ ଗିରଫ କରିଛି ।

ଅଭିଯୋଗ ଅନୁଯାୟୀ, ଖୁଣ୍ଟା ଥାନା କରକଚିଆ ଗାଁର କନ୍ଦା ସିଂଙ୍କ ପୁଅ ବୁଦ୍ଧୁରାମ ଓରଫ ଶୁକୁରାର ୪ ବର୍ଷ ଝିଅର ମୃତ୍ୟୁ ଏକ ସପ୍ତାହ ତଳେ ଘଟିଥିଲା । ଲେପା ସିଂଙ୍କ ପତ୍ନୀ ତଥା ସଂପର୍କୀୟା ମାଇଁ ଡେମ୍ପର ଗୁଣିଗାରେଡ଼ି କରିବାରୁ ଝିଅର ମୃତ୍ୟୁ ହୋଇଥିବା ବୁଦ୍ଧୁରାମ ସନ୍ଦେହ କରୁଥିଲା । ବୁଦ୍ଧୁରାମ ଆଜି କରଚକିଆ ଗାଁ ନୂଆସାହି ଛକ ନିକଟରେ ଏକ ବର୍ଚ୍ଛାରେ ମାଈଁ ଡେମ୍ପରଙ୍କର ମୁଣ୍ଡ ଗଣ୍ଡିକୁ ଅଲଗା କରିଦେଇଥିଲା ।ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଚଳାଇଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.