Below header

ଅନନ୍ତନାଗରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ, ୨ ଆତଙ୍କବାଦୀ ନିହତ

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀର ଅନନ୍ତନାଗରେ ଏନ୍‌କାଉଣ୍ଟର । ଅନନ୍ତନାଗର ବିଜବେହାର ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସୁରକ୍ଷା କର୍ମୀଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଆତଙ୍କବାଦୀଙ୍କ ଠାରୁ ବିପୁଳ ମାତ୍ରାରେ ମାରଣାସ୍ତ୍ର ଜବତ କରାଯାଇଛି । ପାଖାପାଖି ଏକ ଘଣ୍ଟା ଧରି ଗୁଳିମାଡ଼ ପରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ଏବେ ବି ଘଟଣାସ୍ଥଳରେ ଜାରି ରହିଛି ସର୍ଚ୍ଚ ଅପରେସନ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.