Below header

ପୁଣି ଥରେ ଧରାପଡ଼ିଲା ପାକିସ୍ତାନର ମିଛ, ବାହାଓ୍ଵାଲ୍‌ପୁରରେ ଦେଖା ଦେଲା ଜୈଶ୍‌-ଏ-ମହମ୍ମଦ୍‌ର ମୁଖ୍ୟ ମାସୁଦ ଆଝାର

ନୂଆଦିଲ୍ଲୀ: ଗୁଇନ୍ଦା ରିପୋର୍ଟ ଅନୁଯାୟୀ ଜୈଶ୍‌-ଏ-ମହମ୍ମଦ୍‌ର ମୁଖ୍ୟ ମାସୁଦ ଆଝାର ପୁଣି ଥରେ ସକ୍ରିୟ ହୋଇ ଉଠିଛି । ଭାରତରେ  ଆକ୍ରମଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛି। ନିକଟରେ ଜୈଶ୍‌ ମୁଖ୍ୟ ପୁଣି ଥରେ ପାକିସ୍ତାନର ବାହାଓ୍ଵାଲ୍‌ପୁରରେ ଦେଖା ଦେଇଥିଲା ଏବଂ ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନଗୁଡ଼ିକର ବଡ଼ ବଡ଼ କମାଣ୍ଡରମାନଙ୍କ ସହ ଆଲୋଚନା କରିଥିଲା ଏବଂ ଭାରତରେ ଆକ୍ରମଣ କରିବାକୁ ଉତ୍ତମ ତାଲିମପ୍ରାପ୍ତ ଆତଙ୍କବାଦୀମାନଙ୍କୁ ଚୟନ କରିବାକୁ ଆଝାର ଜୈଶ୍‌ର ବଡ଼ ବଡ଼ କମାଣ୍ଡର୍‌ମାନଙ୍କୁ କହିଥିବା
ଗୁଇନ୍ଦା ରିପୋର୍ଟରେ କୁହାଯାଇଛି । ଏହା ସହିତ ରିପୋର୍ଟରେ କୁହାଯାଇଛି କି ସଭାରେ ଆଝାର କହିଥିଲା କି, ସେ ସୁସ୍ଥ ଅଛି, ଗତ ୧୭ ବର୍ଷ ହେବ ସେ ଡାକ୍ତରଖାନା ଯାଇନି କି, କୌଣସି ଡାକ୍ତରଙ୍କ ପାଖକୁ ବି ଯାଇନାହିଁ। ତେବେ ଏକଥା ଜାଣିବା ପରେ ପୁଣି ଥରେ  ପାକିସ୍ତାନର ମିଛ ଧରାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.