ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଘମାଘୋଟ୍‌ ପ୍ରଚାର, ପ୍ରାର୍ଥୀଙ୍କ ସହ ଷ୍ଟାର କ୍ୟାମ୍ପେନର ଶୋଭାଯାତ୍ରା ଓ ରୋଡ ସୋରେ ଭୋଟରଙ୍କୁ ମାଗୁଛନ୍ତି ଭୋଟ

କେନ୍ୟୁଜ୍ : ରାଜ୍ୟରେ ତିନିଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଘମାଘୋଟ୍‌ ପ୍ରଚାର । କମ୍ପୁଛି ପ୍ରଚାର ମଇଦାନ। ପ୍ରାର୍ଥୀଙ୍କ ସହ ଷ୍ଟାର କ୍ୟାମ୍ପେନର ସଭା, ଶୋଭାଯାତ୍ରା ଓ ରୋଡ ସୋରେ ଭୋଟରଙ୍କୁ ଭୋଟ ମାଗୁଛନ୍ତି । ଆସନ୍ତା ୨୯ ତାରିଖରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ହେବ ନିର୍ବାଚନ । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭା ଆସନ ସମେତ ଏହା ଅଧୀନରେ ଆସୁଥିବା ୪୨ଟି ବିଧାନସଭା ଆସନ ପାଇଁ ଭୋଟିଂ ହେବ । ଚତୁର୍ଥ ପର‌୍ୟ୍ୟାୟ ଲୋକସଭା ନିର୍ବାଚନରେ ମଇଦାନରେ ଅଛନ୍ତି ୫୨ ଜଣ ପ୍ରାର୍ଥୀ । ସେହିପରି ଚତୁର୍ଥ ପର‌୍ୟ୍ୟାୟ ନିର୍ବାଚନରେ ୪୨ ବିଧାନସଭା ଆସନ ପାଇଁ ୩୪୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.