Below header

ସରୁନି ୨ହଜାର ଟଙ୍କିଆ ନୋଟ କି କମୁନି ଭିଡ଼, ଖୋଳତାଡ ଚଳାଇଛି EOW

ସରୁନି ୨ହଜାର ଟଙ୍କିଆ ନୋଟ କି କମୁନି ଭିଡ଼ । ଗୋଲାପୀ ନୋଟ୍ ବଦଳାଇବାକୁ ଭୁବନେଶ୍ବର ଆଇବିଆଇ କାର୍ଯ୍ୟାଳୟ ଆଗରେ ଆଜି ବି ଲୋକଙ୍କ ଲମ୍ବା ଲାଇନ ।

ସରୁନି ୨ହଜାର ଟଙ୍କିଆ ନୋଟ କି କମୁନି ଭିଡ଼ । ଗୋଲାପୀ ନୋଟ୍ ବଦଳାଇବାକୁ ଭୁବନେଶ୍ବର ଆଇବିଆଇ କାର୍ଯ୍ୟାଳୟ ଆଗରେ ଆଜି ବି ଲୋକଙ୍କ ଲମ୍ବା ଲାଇନ । ଧାଡିରେ ଠିଆ ହୋଇଛନ୍ତି ଯୁବକ, ମହିଳା ଓ ବୟସ୍କ । କମିଶନ ନେଇ ନୋଟ୍ ବଦଳାଉଥିବା ଖବର ଉପରେ ଖୋଳତାଡ ଚଳାଇଛି କ୍ରାଇମବ୍ରାଞ୍ଚ EOW ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ତଦନ୍ତକାରୀ ସଂସ୍ଥାର ସ୍କାନରକୁ ଆସିଛନ୍ତି ଟଙ୍କା ବଦଳାଉଛନ୍ତି ବ୍ୟକ୍ତି । ବ୍ୟାଙ୍କରୁ ତଥ୍ୟ ନେଇ ଖୋଳତାଡ ଚଳାଇଛି EOW ଓ ଇଡି । ଯେଉଁମାନେ ବାରମ୍ବାର ଟଙ୍କା ବଦଳ କରିବାକୁ ବ୍ୟାଙ୍କକୁ ଆସିଛନ୍ତି, ସେମାନଙ୍କର ତଥ୍ୟ ନେଇଛନ୍ତି । ୫ ଦିନର ସିସିଟିଭି ଫୁଟେଜ୍ ବି ନେଇଛନ୍ତି । ଟଙ୍କା ବଦଳାଉଥିବା ବ୍ୟକ୍ତିଙ୍କ ଆକାଉଣ୍ଟକୁ ଯାଞ୍ଚ କରାଯିବ ।

ଆବଶ୍ୟକ ହେଲେ ସେମାନଙ୍କୁ ପଚରାଉଚରା ହୋଇପାରେ । ଅନ୍ୟପଟେ ଆଞ୍ଚଳିକ ନିର୍ଦ୍ଦେଶକ ସାରଦା ପ୍ରସନ୍ନ ମହାନ୍ତି କହିଛନ୍ତି, ଗଣମାଧ୍ୟମରେ ଖବର ପ୍ରସାରଣ ପରେ ବଢ଼ିଛି ବ୍ୟାଙ୍କ ଆକାଉଣ୍ଟରେ ୨ ହଜାର ଟଙ୍କିଆ ନୋଟ ଜମା । ପୂର୍ବରୁ ମାତ୍ର ୫% ବ୍ୟାଙ୍କ ଆକାଉଣ୍ଟରେ ଜମା ହେଉଥିଲା । ଏବେ ଏହା ୨୫-୩୦%କୁ ବଢ଼ିଛି । ଗତକାଲି ୧୪୦ ଜଣ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିଛନ୍ତି । ପୋଷ୍ଟାଲ ମାଧ୍ୟମରେ ମଧ୍ୟ ୨ ହଜାର ଟଙ୍କିଆ ଜମା କରିପାରିବେ ଲୋକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.