ଗିରଫ ହେବେ ବିଗବସ୍ ଓଟିଟି ବିଜେତା ଏଲଭିସ୍ ଯାଦବ, ରେଭ୍ ପାର୍ଟିରେ ସାପ ବିଷ ଯୋଗାଉଥିବା ଅଭିଯୋଗ

ଗିରଫ ହେବେ ବିଗବସ୍ ଓଟିଟି ବିଜେତା ଏଲଭିସ୍ ଯାଦବ । ରେଭ୍ ପାର୍ଟିରେ ସାପ ବିଷ ଯୋଗାଉବା ଅଭିଯୋଗରେ ଏଲଭିସଙ୍କ ନାଁରେ ମାମଲା ରୁଜୁ ହୋଇଛି ।

ଗିରଫ ହେବେ ବିଗବସ୍ ଓଟିଟି ବିଜେତା ଏଲଭିସ୍ ଯାଦବ । ରେଭ୍ ପାର୍ଟିରେ ସାପ ବିଷ ଯୋଗାଉବା ଅଭିଯୋଗରେ ଏଲଭିସଙ୍କ ନାଁରେ ମାମଲା ରୁଜୁ ହୋଇଛି । ନୋଏଡା ପୋଲିସ୍ ସେକ୍ଟର ୪୯ରେ ରେଡ୍ କରି ୫ ଜଣଙ୍କୁ ଗିରଫ କରିଛି। ରେଡ୍ ସମୟରେ ସେହି ସ୍ଥାନରୁ ୫ଟି ନାଗସାପ ସମେଚ ୯ଟି ଅନ୍ୟ ସାପ ଏବଂ ସାପ ବିଷ ମଧ୍ୟ ଜବତ କରିଛି ପୋଲିସ।

ନୋଏଡାର ସ୍କେଟର-୪୯ରେ ଚାଲିଥିବା ଏକ ରେଭ ପାର୍ଟିରେ ସାପ ବିଷ ବ୍ୟବହାର ନେଇ ଅଭିଯୋଗ କରିଥିଲା ପିପୁଲ୍ସ ଫର୍ ଅନିମଲ ସଦସ୍ୟ । ଏହାପରେ ରେଡ୍ କରିଥିଲା ପୋଲିସ । ଘଟଣାସ୍ଥଳରୁ ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା ପରେ ବିଗବସ୍ ବିଜେତା ଏଲଭିସଙ୍କ ନାଁ ସାମ୍ନାକୁ ଆସିଥିଲା ।

ଏହାପରେ ଏଲଭିସ୍ ଯାଦବଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ନୋଏଡା ପୋଲିସ। ..ରେଭ ପାର୍ଟିରେ ନିୟମିତ ଭାବେ ସାପ ବିଷ ବ୍ୟବହାର ହେଉଥିବା ଅଭିଯୋଗ କରିଛନ୍ତି ପିପୁଲସ୍ ଫର ଆନିମଲ ପ୍ରତିଷ୍ଠାତା ତଥା ବିଜେପି ସାଂସଦ ମାନେକା ଗାନ୍ଧି। ଏଲଭିସଙ୍କ ଭଳି ଲୋକ ଜେଲରେ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.