Below header

ବିଶ୍ୱକପରେ ଆଫଗାନିସ୍ତାନର ଚତୁର୍ଥ ବିଜୟ, ୭ ଓ୍ଵିକେଟରେ ନେଦରଲାଣ୍ଡସକୁ ହରାଇଲା

ଚଳିତ ବଶ୍ୱକପ୍‌ରେ ଚମତ୍କାର ପ୍ରଦର୍ଶନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥିବା ଆଫଗାନିସ୍ତାନ ଆଉ ଏକ ଜୋରଦାର ବିଜୟ ହାସଲ କରିଛି । ଆଜିର ମ୍ୟାଚରେ ନେଦରଲାଣ୍ଡସକୁ ୭ ଓ୍ଵିକେଟ୍‌ରେ ହରାଇଛି ।

ଲକ୍ଷ୍ନୌ : ଚଳିତ ବଶ୍ୱକପ୍‌ରେ ଚମତ୍କାର ପ୍ରଦର୍ଶନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥିବା ଆଫଗାନିସ୍ତାନ ଆଉ ଏକ ଜୋରଦାର ବିଜୟ ହାସଲ କରିଛି । ଆଜିର ମ୍ୟାଚରେ ନେଦରଲାଣ୍ଡସକୁ ୭ ଓ୍ଵିକେଟ୍‌ରେ ହରାଇଛି । ଏହା ହେଉଛି ଆଫଗାନ୍‌ ଦଳର ଚତୁର୍ଥ ବିଜୟ । ଆଫଗାନିସ୍ତାନ ଏପର୍ଯ୍ୟନ୍ତ ୭ଟି ମ୍ୟାଚ୍‌ ଖେଳି ୪ଟି ବିଜୟ ସହ ୮ ପଏଣ୍ଟ ହାସଲ କରିଛି । ବତର୍ତମାନ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି ଏହି ଦଳ । ବଡ଼ ବଡ଼ ଦଳ ମାତ ଖାଇ ଯାଉଥିବା ବେଳେ ଆଫଗାନିସ୍ତାନ ଭଳି କମ୍‌ ମାନ୍ୟତା ପ୍ରାପ୍ତ ଦଳ ସମସ୍ତଙ୍କୁ ଚକମା ଦେଇଛି ।

ଆଜି ନେଦରଲାଣ୍ଡସ ପ୍ରଥମେ ବ୍ୟାଟିଂ କରି ୪୬.୩ ଓଭରରେ ସବୁ ଓ୍ଵିକେଟ୍‌ ହରାଇ ୧୭୯ ରନ୍‌ କରିଥିଲା । ଜବାବରେ ଆଫଗାନିସ୍ତାନ ୩୧.୩ ଓଭର ଖେଳି ୩ ଓ୍ଵିକେଟ୍‌ରେ ୧୮୧ ରନ୍‌ କରି ନେଇଥିଲା । ରହମତ ଶାହ ୫୨ ରନ୍‌ କରିଥିବା ବେଳେ ଅଧିନାୟକ ହସମତ ଉଲ୍ଲା ସାହିଦି ଅପରାଜିତ ୫୬ ଏବଂ ଅଜମତ ଉଲ୍ଲା ଓମାରଜାଇ ଅପରାଜିତ ୩୧ ରନ୍‌ କରିଥିଲେ ।

POINT

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.