Below header

ଡୋନାଲ୍ଡ ଟ୍ରମ୍ପ ସମର୍ଥକ ଗ୍ରୁପ ‘ଷ୍ଟପ ଦ ଷ୍ଟିଲ’କୁ ବ୍ୟାନ କଲା ଫେସବୁକ

ରାଷ୍ଟ୍ରପତି ନିର୍ବାଚନ ଗଣନାକୁ ବିରୋଧ କରିବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକମାନେ ବ୍ୟବହାର କରୁଥିବା ‘ଷ୍ଟପ ଦ ଷ୍ଟିଲ’ ନାମକ ଏକ ଗ୍ରୁପ ଉପରେ ଫେସବୁକ ପ୍ରତିବନ୍ଧକ ଲଗାଇଛି । ଗୋଷ୍ଠୀର କିଛି ସଦସ୍ୟ ଏଥିରେ ହିଂସା ବିଷୟରେ କହିଥିବାବେଳେ ଅନେକେ ମିଥ୍ୟା ଦାବି କରିଛନ୍ତି ଯେ ଡେମୋକ୍ରେଟିସ ରିପବ୍ଲିକାନସ ଭୋଟ ଗଣତିରେ ହେରଫେର କରୁଛନ୍ତି ।

ଫେସବୁକରଏହି କାର୍ଯ୍ୟାନୁଷ୍ଠାନ ପୂର୍ବରୁ 3,50,000 ରୁ ଅଧିକ ଉପଭୋକ୍ତା ଏହି ଗ୍ରୁପରେ ସଦସ୍ୟ ହୋଇସାରିଛନ୍ତି । ଉଲ୍ଲେଖନୀୟ କଥା ହେଉଛି, ଅନେକ ରାଜ୍ୟରେ ଗଣନା ଦିନ ବଢାଇବା ପରେ ହଠାତ୍ ଅନେକ ଗୋଷ୍ଠୀ ସାମ୍ନାକୁ ଆସିଛନ୍ତି । ଫେସବୁକରେ ଏକ ବୟାନରେ କହିଛି ଯେ, ” ଏହିଭଳି ସମୟରେ ଆମେ ଏକ ଅପ୍ରତ୍ୟାଶିତ ପଦକ୍ଷେପ ଗ୍ରହଣ କରି ‘ଷ୍ଟପ ଦ ଷ୍ଟିଲ’ ଗ୍ରୁପକୁ ହଟାଇ ଦେଇଛୁ । ” ଫେସବୁକ ଆହୁରି କହିଛି ଯେ ଏହାର ନିୟମର ଉଲ୍ଲଂଘନ କରୁଥିବା ୟୁଜର୍ସଙ୍କ ଉପରେ ନଜର ରଖାଯିବ ଏବଂ ଯେଉଁମାନେ ଏଭଳି କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଗୁରୁବାର ଅପରାହ୍ନ ସୁଦ୍ଧା ”ଷ୍ଟପ ଦ ଷ୍ଟିଲ” ଗ୍ରୁପରେ ଯୋଡି ହେଉଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇ 12,000 ରେ ପହଞ୍ଚିଥିଲା । ଗୋଷ୍ଠୀର ସଦସ୍ୟମାନେ ଭୋଟ୍ ଠକେଇର ମିଥ୍ୟା ଦାବି କରି ଏକ ପ୍ରଦର୍ଶନର ଯୋଜନା କରିଥିଲେ । ଯଦିଓ ହିଂସା ପାଇଁ ତାଙ୍କର ଆହ୍ୱାନ ଅସ୍ପଷ୍ଟ, କିନ୍ତୁ ‘Center for Counting Digital Hate’ ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ କୁହାଯାଇଥିଲା ଯେ “କୌଣସି ବି ପକ୍ଷ ହାର ମାନିବେ ନାହିଁ । ଏବେ ବନ୍ଧୁକ ସଫା କରିବା ଏବଂ ରାସ୍ତାରେ ଓହ୍ଲାଇବାର ସମୟ ।” ‘Center for Counting Digital Hate’ର ସିଇଓ ଇମ୍ରାନ ଅହମ୍ମଦ କହିଛନ୍ତି ଯେ ଗ୍ରୁପର ଅପରେଟରମାନେ ମଧ୍ୟ ଏହି ଗ୍ରୁପକୁ ଅନ୍ୟ ପ୍ଲାଟଫର୍ମକୁ ସ୍ଥାନାନ୍ତର କରିବାକୁ ଯୋଜନା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.