ଚର୍ଚ୍ଚାରେ କିମ ଜଙ୍ଗ ଉନଙ୍କ କ୍ରୁରତା, କରୋନା ସ୍ଥିତି ଲୁଚାଇବା ପାଇଁ ରୋଗୀଙ୍କୁ ସଙ୍ଗରୋଧ କେନ୍ଦ୍ରରେ କରୁଛନ୍ତି ହତ୍ୟା

ଉତ୍ତର କୋରିଆର ମୁଖ୍ୟ ଶାସକ କିମ ଜଙ୍ଗ ଉନ ଆରମ୍ଭରୁ ହିଁ କରୋନାକୁ ନେଇ ଅନେକ କଥା ଲୁଚେଇ ଆସୁଛନ୍ତି । ଏମିତିକି ତାଙ୍କ ଦେଶରେ ଜଣେ ମଧ୍ୟ ସଂକ୍ରମିତ ନାହାନ୍ତି ବୋଲି ମଧ୍ୟ ବାରମ୍ବାର ଦାବି କରିଥିଲେ । କିନ୍ତୁ ପ୍ରକୃତରେ ଏହା ସତ ନୁହେଁ । ବାରମ୍ବାର ମିଛ କହିଚାଲିଛନ୍ତି କିମ ଜଙ୍ଗ ଉନ । ଉତ୍ତର କୋରିଆର କରୋନା ସ୍ଥିତି ବାବଦରେ ଏକ ବଡ ଖୁଲାସା କରିଛନ୍ତି ବ୍ରିଟିଶ ନାଗରିକ । ଉତ୍ତର କୋରିଆରେ କରୋନା ଅତି ଗମ୍ଭୀର ସ୍ଥିତିରେ ଅଛି ବୋଲି ଦାବି କରିଛନ୍ତି ଶ୍ରୀ ପୀଟର୍ସ ନାମକ ବ୍ୟକ୍ତି । ଏହା ସହ ସେ ଏହା ବି କହିଛନ୍ତିକି, କିମ ଜଙ୍ଗ ବାରମ୍ବାର ନିଜ ଦେଶର କରୋନା ସ୍ଥିତି ଲୁଚେଇବାକୁ ଚେଷ୍ଟା କରି ଆସୁଛନ୍ତି ଆଉ ଏଥିପାଇଁ ନୃଶଂସ ପଦକ୍ଷେପ ନେବାକୁ ମଧ୍ୟ ପଛାଉ ନାହାନ୍ତି ।

ଏମିତିକି ଏକ ଗୁପ୍ତ ସଙ୍ଗାରୋଧ କେନ୍ଦ୍ରରେ କରୋନା ସନ୍ଦିଗ୍ଧ ମାନଙ୍କୁ ରଖାଯାଇ ଜୀବନରୁ ମାରି ଦିଆଯାଉଥିବା ନେଇ ଅଭିଯୋଗ ଆଣିଛନ୍ତି । ସେ ଏହା ମଧ୍ୟ କହିଛନ୍ତିକି ମୃତ୍ୟୁ ପୂର୍ବରୁ ଏମାନଙ୍କୁ କିଛି ଖାଦ୍ୟ ଦିଆଯାଉନାହିଁ । ଅକଥନୀୟ ଶାରୀରିକ ନିର୍ଯ୍ୟାତନା ଆଯାଉଛି । ସଙ୍ଗରୋଧ କେନ୍ଦ୍ରରେ ଏମାନଙ୍କ ଜୀବନ ଏକ ପ୍ରକାର ଦୁର୍ବିସହ ହୋଇ ପଡୁଛି । ଏହି ବ୍ରିଟିଶ ଅଧିକାରୀ ଜଣଙ୍କ ଅନୁଯାୟୀ, ଦେଶର ପ୍ରାୟ ୪୦ ପ୍ରତିଶତ ଲୋକ ଭୋକ ଉପାସରେ ଦିନ କାଟୁଛନ୍ତି ।

ଏସବୁ ବାଦ ସେ ଏହା ମଧ୍ୟ ଦାବି କରିଛନ୍ତିକି, କିମଙ୍କ ଶାସନରେ କରୋନାକୁ ଏକ ପ୍ରକାର “ଭୁତ ରୋଗ” ଭାବରେ ପ୍ରଚାର କରାଯାଉଛି । ଅନ୍ୟପକ୍ଷରେ ନିଜ ସୀମାକୁ ବନ୍ଦ କରିବା ପରେ ଗଭୀର ଆର୍ଥିକ ଦୁଃସ୍ଥିତି ଦେଇ ଗତି କରିଆସୁଛି ନର୍ଥ କୋରିଆ । କରୋନା ପ୍ରତି ସେତେଟା ଧ୍ୟାନ ନ ଦେଇ ଵାଲିଷ୍ଟୀକ ମିସାଇଲ ଓ ପରମାଣୁ ହଥିୟାର ଆଦି ବଢାଇବା କ୍ଷେତ୍ରରେ ଅଧିକ ଅର୍ଥ ନିଯୋଗ କରୁଛନ୍ତି ଶାସକ କିମ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.