Below header

ଗାଡିଗୁଡିକରେ କାହିଁକି ଥାଏ ସାତଟି ରଙ୍ଗର ନମ୍ବର ପ୍ଲେଟ, ଜାଣନ୍ତୁ କେଉଁ ରଙ୍ଗର କ’ଣ ଅର୍ଥ

ଆପଣ ପ୍ରତିଦିନ ସଡକରେ ବିଭିନ୍ନ ପ୍ରକାରର ଗାଡି ଦେଖୁଥିବେ। ଆଉ ଏହି ସମୟରେ ଆପଣ ନୋଟିସ କରିଥିବେ କି, କିଛି ଗାଡିର ନଂ ପ୍ଲେଟ ଗୋଟେ ରଙ୍ଗର ହୋଇଥିବା ବେଳେ ଆଉ କେତେକ ଗାଡିର ନଂ ପ୍ଲେଟର ରଙ୍ଗ ଅଲଗା ରହିଥାଏ। ଯାହାକୁ ଦେଖିବା ପରେ ଆପଣ କନଫ୍ଯୁଜ ହୋଇଯାଉଥିବେ। ଅଲଗା ଅଲଗା ନଂ ପ୍ଲେଟର ଅଲଗା ଅଲଗା ମତଲବ ରହିଥାଏ। ତେବେ ଆଜି ଆମେ ଆପଣଙ୍କୁ ବିଭିନ୍ନ ପ୍ରକାରର ନଂ ପ୍ଲେଟ ବିଷୟରେ ଜଣାଇବୁ….

ଧଳା ରଙ୍ଗର ପ୍ଲେଟ : ଧଳା ରଙ୍ଗର ନମ୍ବର ପ୍ଲେଟ ସାଧାରଣତଃ ଆପଣ ଦେଖିଥିବେ। ଏହି ଗାଡିର କମର୍ସିଆଲ ବ୍ଯବହାର କରାଯାଏ ନାହିଁ। ଏହି ପ୍ଲେଟ ଉପରେ କଳା ରଙ୍ଗର ନମ୍ବର ଲେଖାଯାଇଥାଏ। ଅଧିକାଂଶ ଧଳା ନମ୍ବର ପ୍ଲେଟର ଗାଡି ପର୍ସନାଲ ଗାଡି ହୋଇଥାଏ।

car 2

ହଳଦିଆ ପ୍ଲେଟ : ହଳଦିଆ ରଙ୍ଗର ନମ୍ବର ପ୍ଲେଟ ଦେଖି ଆପଣ ବହୁତ ସହଜରେ ଅନୁମାନ କରିପାରିବେ କି ଏହା ଟ୍ଯାକ୍ସି ବୋଲି। ଏମିତି ହଳଦିଆ ରଙ୍ଗର ପ୍ଲେଟ ଟ୍ରକ କିମ୍ବା ଟ୍ଯାକ୍ସିରେ ଲାଗିଥାଏ। ଯାହା କମର୍ସିଆଲ ଭାବେ ବ୍ଯବହାର କରାଯାଏ। ଏହି ପ୍ଲେଟ ଉପରେ କଳା ରଙ୍ଗର ନମ୍ବର ଲେଖାଯାଇଥାଏ।

ନୀଳ ପ୍ଲେଟ: ନୀଳ ରଙ୍ଗର ନମ୍ବର ପ୍ଲେଟ କେବଳ ଗୋଟିଏ ବାହାନକୁ ମିଳିଥାଏ। ଯାହାର ବ୍ଯବହାର ବିଦେଶୀ ପ୍ରତିନିଧିଙ୍କ ଦ୍ବାରା କରାଯାଏ। ଏହି ରଙ୍ଗର ନମ୍ବର ପ୍ଲେଟର ଗାଡି ଆପଣଙ୍କୁ ଦିଲ୍ଲୀରେ ଦେଖିବାକୁ ମିଳିବ। ଏହି ଗାଡି ବିଦେଶୀ ଦୂତାବାସର ରହିଥାଏ। ନଚେତ ୟୁନିଅନ ମିଶନଙ୍କର ରହିଥାଏ। ଏହି ନୀଳ ରଙ୍ଗର ପ୍ଲେଟ ଉପରେ ଧଳା ରଙ୍ଗର ନମ୍ବର ଲେଖାଯାଇଥାଏ।

no

କଳା ପ୍ଲେଟ: କଳା ରଙ୍ଗର ପ୍ଲେଟ ଥିବା ଗାଡି କର୍ମସିଆଲ ଗାଡି ହୋଇଥାଏ କିନ୍ତୁ ଏହା କୌଣସି ସ୍ବତନ୍ତ୍ର ବ୍ଯକ୍ତିଙ୍କ ପାଇଁ ହୋଇଥାଏ। ଏହି ପ୍ରକାର ଗାଡି କୌଣସି ବଡ ହୋଟେଲରେ ଆପଣଙ୍କୁ ଦେଖିବାକୁ ମିଳିବ। ଏହି କାରରେ କଳା ରଙ୍ଗର ନମ୍ବର ପ୍ଲେଟ ଉପରେ ହଳଦିଆ ରଙ୍ଗର ନମ୍ବର ଲେଖାହୋଇଥାଏ।

ଲାଲ ପ୍ଲେଟ: ଯଦି କୌଣସି ଗାଡିରେ ଲାଲ ରଙ୍ଗର ନମ୍ବର ପ୍ଲେଟ ରହିଥାଏ, ତେବେ ତାହା ଭାରତର ରାଷ୍ଟ୍ରପତି କିମ୍ବା କୌଣସି ରାଜ୍ଯର ରାଜ୍ଯପାଳନଙ୍କର ହୋଇଥାଏ। ଏହି ଲୋକ ବିନା ଲାଇନ୍ସେନସରେ ଅଫିସିଆଲ ଗାଡିକୁ ଉପଯୋଗ କରିପାରିବେ। ଏହି ପ୍ଲେଟରେ ଗୋଲଡେନ ରଙ୍ଗର ନମ୍ବର ଲେଖାଯାଇଥାଏ। ଏହା ସହିତ ଗାଡିରେ ଲାଲ ରଙ୍ଗର ନମ୍ବର ପ୍ଲେଟରେ ଅଶୋକ ଚକ୍ରର ଚିହ୍ନ ରହିଥାଏ।

car

ତୀର ଥିବା ନମ୍ବର ପ୍ଲେଟ : ସୈନ୍ଯ ବାହାନଙ୍କ ପାଇଁ ଅଲଗା ପ୍ରକାରର ନମ୍ବରିଂ ପ୍ରଣାଳୀର ବ୍ଯବହାର କରାଯାଏ। ଏହି ବାହାନର ନମ୍ବର ରକ୍ଷା ମନ୍ତ୍ରଣାଳୟ ଦ୍ବାରା ଆବଣ୍ଟିତ କରାଯାଏ। ଏମିତି ଗାଡିର ନମ୍ବର ପ୍ଲେଟରେ ନମ୍ବର ପୂର୍ବରୁ କିମ୍ବା ତିନି ନମ୍ବର ଅଙ୍କ ସ୍ଥାନ ଉପରେ ତୀର ଚିହ୍ନ ରହିଥାଏ। ଯାହାକୁ ବ୍ରାଡ ଏରୋ କୁହାଯାଏ। ତୀର ପରେ ପ୍ରଥମ ଦୁଇ ଅଙ୍କ ସେହି ବର୍ଷକୁ ଦର୍ଶାଇଥାଏ। ଏହି ନମ୍ବର ୧୧ ଅଙ୍କ ବିଶିଷ୍ଟ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.