ଟ୍ରେନ ଟିକେଟ ବୁକ୍‌ କରିବା ପାଇଁ କୁ ସହ କରନ୍ତୁ ଲିଙ୍କ୍‌, ଏଇଠି ରହିଛି ସହଜ ତରିକା

ଇଣ୍ଡିଆନ ରେଲେଓ୍ଵ କ୍ୟାଟରିଙ୍ଗ୍‌ ଆଣ୍ଡ ଟୁରିଜିମ୍‌ କର୍ପୋରେସନର େଓ୍ଵବସାଇଟ କିମ୍ବା ଆପ୍‌ ଜରିଆରେ ଅନଲାଇନ ଟିକେଟ ବୁକ୍‌ କରିପାରିବେ। ଟିକେଟ ବୁକ କରିପାରିବେ। ଟିକେଟ ବୁକ କରୁଥିବା ଯାତ୍ରୀଙ୍କୁ ପ୍ରତିକ୍ଷା, (ରିଜର୍ଭେସନ ଏଗେନଷ୍ଟ କ୍ୟାନସଲେସନ) ଏବଂ କନଫର୍ମ ଭଳି ଷ୍ଟାଟସ୍‌ ଦିଆଯାଇଥାଏ।

ଯେତେବେଳେ ଟିକେଟ ସଫଳତାପୂର୍ବକ ବୁକ୍‌ ହୋଇଯାଏ, ସେତେବେଳେ ଗ୍ରାହକଙ୍କୁ ଏସଏମଏସ ପଠାଯାଇଥାଏ। ଯେଉଁ ମେସେଜରେ ପିଏନଆର, ଟିକେଟର ସ୍ଥିତି ଏବଂ ଟିକେଟ କ୍ରୟର ଡିଟେଲ ଥାଏ। ଆଇଆରସିଟିସି େଓ୍ଵବସାଇଟ କିମ୍ବା ଆପ୍‌ ମାଧ୍ୟମରେ ଗୋଟେ ମାସରେ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଅଧିକତମ ୬ ଟିକେଟ ବୁକ୍‌ କରିପାରିବେ। ଯଦିଓ ପର୍ସନାଲ ୟୁଜର୍ସ ଏହାକୁ ବଢ଼ାଇ ୧୨ ଟିକେଟ ପର୍ଯ୍ୟନ୍ତ କରିପାରିବେ। ଅର୍ଥାତ ୧୨ଟି ଟିକେଟ ଆପଣ ବୁକ୍‌ କରିପାରିବେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆଧାର ଆଇଡି ମାଧ୍ୟମରେ ଏହାକୁ ଭେରିଫାଏ କରିପାରିବେ।

ଆମେ ଆଜି ଆପଣଙ୍କୁ ଏଥିରେ ଜଣାଇବୁ ଆପଣ ଆଧାର ନମ୍ବରକୁ ଆଇଆରସିଟିସି ଆକାଉଣ୍ଟରେ କେମିତି ଲିଙ୍କ୍‌ କରିପାରିବେ :

  • ଷ୍ଟେପ ୧ – ଆଇଆରସିଟିସିର ଅଫିସିଆଲ ଇ-ଟିକେଟିଙ୍ଗ ୱେବସାଇଟ irctc.co.inକୁ ଯାଆନ୍ତୁ
  • ଷ୍ଟେପ ୨ – ‘ଉପଯୋଗକର୍ତ୍ତା ଆଇଡି’ ଏବଂ ପାସଓ୍ଵାର୍ଡ ଭରନ୍ତୁ
  • ଷ୍ଟେପ ୩ – ‘ମାଇ ପ୍ରୋଫାଇଲ ଟ୍ୟାବ’କୁ ଯାଆନ୍ତୁ ଏବଂ ଆଧାର କେଓ୍ଵାସି’ ଉପରେ କ୍ଲିକ କରନ୍ତୁ
  • ଷ୍ଟେପ ୪ – ଆଧାର ନମ୍ବର ଦିଅନ୍ତୁ ଏବଂ ଓଟିପି ବିକଳ୍ପକୁ ବାଛନ୍ତୁ। ଆପଣଙ୍କ ରେଜିଷ୍ଟର ମୋବାଇଲ ନମ୍ବରକୁ ଓଟିପି ଆସିବ
  • ଷ୍ଟେପ ୫ – ଓଟିପିକୁ ଭରନ୍ତୁ ଏବଂ ‘ଭେରିଫାଏ’ ବିକଳ୍ପ ଉପରେ କ୍ଲିକ କରନ୍ତୁ
  • ଷ୍ଟେପ ୬ – ଏବେ ସବମିଟ ଉପରେ କ୍ଲିକ କରନ୍ତୁ। ଏହାପରେ ଆଧାର ନମ୍ବରକୁ ଭେରିଫାଏ କରିବାକୁ ହେବ।

ଯାତ୍ରୀଙ୍କ ଆଧାର ସଂଖ୍ୟା ସହିତ କେମିତି ଯୋଡିବେ ଜାଣନ୍ତୁ :

  • ଷ୍ଟେପ ୧ – ଆଇଆରସିଟିସିର ଅଫିସିଆଲ ଇ-ଟିକେଟିଙ୍ଗୱେବସାଇଟକୁ ଯାଆନ୍ତୁ
  • ଷ୍ଟେପ ୨ – ‘ଉପଯୋଗକର୍ତ୍ତା ଆଇଡି’ ଏବଂ ‘ପାସଓ୍ଵାର୍ଡ’ ଭରନ୍ତୁ
  • ଷ୍ଟେପ ୩ – ପ୍ରୋଫାଇଲ ସେକସନରେ ଯାଇ ‘ମାଷ୍ଟର ଲିଷ୍ଟ’ ଉପରେ କ୍ଲିକ କରନ୍ତୁ
  • ଷ୍ଟେପ ୪ – ଏବେ ନୂଆ ଯାତ୍ରୀଙ୍କ ଡିଟେଲ ଯଥା ଆଧାର ନମ୍ବର, ଲିଙ୍ଗ, ଜନ୍ମ ତିଥି ଭରନ୍ତୁ, ଯାହା ଆଧାର କାର୍ଡରେ ପ୍ରିଣ୍ଟ ଥିବ
  • ଷ୍ଟେପ ୫ – ଏବେ ‘ସବମିଟ’ ଉପରେ କ୍ଲିକ କରନ୍ତୁ
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.