ଇନ୍ଦ୍ରଙ୍କୁ ଲକ୍ଷ୍ମୀହୀନ ହେବାର ଅଭିଶାପ ଦେଇଥିଲେ ମହର୍ଷି ଦୁର୍ବାସା, ଜାଣନ୍ତୁ କାହିଁକି

ଭାରତୀୟ ଧର୍ମ ସଂସ୍କୃତିରେ ଫୁଲର ମହତ୍ତ୍ୱ ବିଷୟରେ ଉଲ୍ଲେଖ କରାଯାଇଛି। ଫୁଲରେ ଐଶ୍ୱରୀୟ ଶକ୍ତି ବିଦ୍ୟମାନ ହୋଇଥାଏ, ଯାହା ଭକ୍ତଙ୍କ ଶକ୍ତି ବଢାଇଥାଏ। ଏହି ଶକ୍ତି ଆମକୁ ଦେଖାଯାଇନଥାଏ ସତ କିନ୍ତୁ ଫୁଲ ଦ୍ୱାରା ଦେବୀ-ଦେବତାଙ୍କ ପୂଜା କରିବା ଦ୍ୱାରା ଲକ୍ଷ୍ମୀଙ୍କ କୃପା ସହ ଧନ-ସମ୍ପତ୍ତି, ବୈଭବ ତଥା ସମସ୍ତ ପ୍ରକାର ସୁଖ ପ୍ରାପ୍ତି ହୋଇଥାଏ। ଏହିସବୁ ଫୁଲ ମଧ୍ୟରେ ଖାସ୍‌ ଫୁଲ ହେଉଛି ବୈଜୟନ୍ତି ଫୁଲ, ଯାହା ଭଗବାନ ଶ୍ରୀକୃଷ୍ଣଙ୍କ ଅତ୍ୟନ୍ତ ପ୍ରିୟ। ଏହି ଫୁଲର ମାଳ ଭଗବାନ ଶ୍ରୀକୃଷ୍ଣ ସର୍ବଦା ଗଳାରେ ଧାରଣ କରିଥାନ୍ତି। ଯଦି ଆପଣ କେବେ ଭୁଲରେ କିମ୍ବା ଅହଂକାର ଦ୍ୱାର ଭଗବାନଙ୍କୁ ଅର୍ପଣ କରାଯାଉଥିବା ଫୁଲର ଅପମାନ କରିଥାନ୍ତି ତେବେ ଆପଣଙ୍କୁ ମାଁ ଲକ୍ଷ୍ମୀଙ୍କ କୋପର ସିକାର ହେବାକୁ ପଡିପାରେ। ଏହିକାରଣରୁ କେବେ ବି ଦେବୀ-ଦେବତାଙ୍କୁ ଅର୍ପଣ କରାଯାଉଥିବା ଫୁଲର ଅପମାନ କରନ୍ତୁ ନାହିଁ।

s1ପୌରାଣିକ କଥା ଅନୁଯାୟୀ ଦେବରାଜ ଇନ୍ଦ୍ର ଅହଂକାରବଶ ହୋଇ ବୈଜୟନ୍ତୀମାଳର ଅପମାନ କରିଥିଲେ। ପରିଣାମ ସ୍ୱରୂପ ମହାଲକ୍ଷ୍ମୀ ଇନ୍ଦ୍ରଙ୍କ ଉପରେ ରୁଷ୍ଟ ହୋଇଥିଲେ ଏବଂ ତାଙ୍କୁ ଦ୍ୱାର ଦ୍ୱାର ବୁଲିବାକୁ ପଡିଥିଲା। ଦେବରାଜ ଇନ୍ଦ୍ର ନିଜ ହାତୀ ଐରାବତ ଉପରେ ବସି ଭ୍ରମଣ କରୁଥିବା ସମୟରେ ମହିର୍ଷି ଦୁର୍ବାସାଙ୍କ ସହିତ ତାଙ୍କର ସାକ୍ଷାତ ହୋଇଥିଲା। ଏହି ସମୟରେ ମହର୍ଷି ଦୁର୍ବାସା ନିଜ ବେକରୁ ପୁଷ୍ପମାଳ କାଢି ଇନ୍ଦ୍ରଙ୍କୁ ଭେଟସ୍ୱରୂପ ଦେଇଥିଲେ। କିନ୍ତୁ ଇନ୍ଦ୍ର ଅଭିମାନବଶତଃ ସେହି ପୁଷ୍ପମାଳକୁ ହାତୀର ବେକରେ ପକାଇଦେବା ପରେ ହାତୀ ସେହି ମାଳକୁ ବେକରୁ କାଢି ପାଦରେ ମକଚି ଦେଇଥିଲା। ଏସବୁ ଦେଖି ମହର୍ଷି ଦୁର୍ବାସାଙ୍କୁ ବହୁତ କ୍ରୋଧ ଆସିଥିଲା। ଏହିକାରଣରୁ ମହର୍ଷି ଇନ୍ଦ୍ରଙ୍କୁ ଲକ୍ଷ୍ମୀହୀନ ହେବାର ଅଭିଶାପ ଦେଇଥିଲେ।

ମହର୍ଷି ଦୁର୍ବାସାଙ୍କ ଅଭିଶାପ ପ୍ରଭାବରୁ ଲକ୍ଷ୍ମୀହୀନ ଇନ୍ଦ୍ର ଦୈତ୍ୟ ରାଜା ବଳିଙ୍କ ସହ ଯୁଦ୍ଧରେ ହାରି ଯାଇଥିଲେ, ଯାହାର ପରିଣାମ ସ୍ୱରୂପ ରାଜା ବଳି ତିନି ଲୋକରେ ନିଜର ଆଧିପତ୍ୟ ସ୍ଥାପିତ କରିଥିଲେ। ଏହାପରେ ଶ୍ରୀହରି କହିଥିଲେ, ଆପଣ ସମସ୍ତ ଦେବତାଗଣ ଦୈତ୍ୟମାନଙ୍କ ସହ ଶାନ୍ତି ସ୍ଥାପନ କରି ତାଙ୍କ ସହଯୋଗ ପାଇ ମଂଦରାଚଳକୁ ମଥାନୀ ତଥା ବାସୁକୀ ନାଗକୁ ଏକ ଦଉଡିରେ ପରିଣତ କରି କ୍ଷୀରସାଗର ମନ୍ଥନ କରନ୍ତୁ। ଏହାପରେ ସମୁଦ୍ର ମନ୍ଥନରୁ ଯେଉଁ ଅମୃତ ପ୍ରାପ୍ତ ହେବ ତାହାକୁ ପାନ କରାଇ ମୁଁ ସମସ୍ତ ଦେବତାଙ୍କୁ ଅଜୟ-ଅମର କରିଦେବି। ତତପଶ୍ଚାତ୍‌ ଦେବତାମାନେ ଦୈତ୍ୟଙ୍କ ବିନାଶ କରି ପୁନର୍ବାର ସ୍ୱର୍ଗରେ ନିଜର ଆଧିପତ୍ୟ ବିସ୍ତାର କରିପାରିବେ।

s3ଇନ୍ଦ୍ର ଦୈତ୍ୟ ରାଜା ବଳିଙ୍କ ପାଖକୁ ଯିବା ପରେ ତାଙ୍କ ନିକଟରେ ସମୁଦ୍ର ମନ୍ଥନର ପ୍ରସ୍ତାବ ରଖିଥିଲେ। ଅମୃତ ପାଇବା ଲୋଭରେ ଦୈତ୍ୟମାନେ ସେଦବତାଙ୍କ ସହ ମିଶିଯାଇଥିଲେ। ଏହାପରେ ଦେବତା ଏବଂ ଦୈତ୍ୟମାନେ ନିଜର ସମ୍ପୂର୍ଣ୍ଣ ଶକ୍ତି ଲଗାଇ ମଂଦରାଚଳ ପର୍ବତକୁ ଉଠାଇ ସମୁଦ୍ର ତଟକୁ ନେବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଅସଫଳ ହୋଇଥିଲେ। ପରେ ସମସ୍ତେ ମିଶି ଶ୍ରୀହରିଙ୍କୁ ଧ୍ୟାନ କରିବା ପରେ ଭକ୍ତଙ୍କ ଭକ୍ତି ଦେଖି ଶ୍ରୀହରି ପ୍ରସନ୍ନ ହୋଇଥିଲେ। ଏହାପରେ ଶ୍ରୀହରି ଭାରୀ ମଂଦରାଚଳ ପର୍ବତକୁ ଉଠାଇ ଗରୁଡ ଉପରେ ସ୍ଥାପିତ କରି କ୍ଷୀରସାଗର ତଟ୍ଟରେ ପହଞ୍ଚାଇଥିଲେ। ପରେ ସମୁଦ୍ର ମନ୍ଥନର ଶୁଭକାର୍ଯ୍ୟ ଆରମ୍ଭ ହେବା ପରେ ପର୍ବତଟି ତଳକୁ ପଣି ଯାଉଥିବାର ଦେଖି ଭଗବାନ କୃମ ରୂପ ଧାରଣ କରି ନିଜ ପିଠି ଉପରେ ପର୍ବତ ଧାରଣ କରିଥିଲେ।

ସମୁଦ୍ର ମନ୍ଥନ ପରେ ଦେବତାଙ୍କ ହାତରୁ ଅମୃତ କଳସ ଛଡାଇ ଦୈତ୍ୟଗଣ ପଳାୟନ କରିଥିଲେ। ଏହାପରେ ଦୈତ୍ୟଙ୍କ ମଧ୍ୟରେ ଅମୃତ କଳସ ପାଇଁ ଝଗଡା ଆରମ୍ଭ ହୋଇଥିଲା। ଏହି ସମୟରେ ଶ୍ରୀହରି ଅତି ସୁନ୍ଦର ନାରୀ ରୂପ ଧାରଣ କରି ଦେବତା ଓ ଦୈତ୍ୟଙ୍କ ମଝିରେ ପହଞ୍ଚିଥିଲେ। ସୁନ୍ଦର ନାରୀର ରୂପରେ ମୋହିତ ହୋଇ ଦୈତ୍ୟଗଣ ଅମୃତ କଳସ ଦେଇଥିଲେ। ଏହାପରେ ମୋହିନୀ ରୂପ ଧାରଣ କରି ଶ୍ରୀହରି ସମସ୍ତ ଅମୃତ ଦେବତାଙ୍କୁ ପାନ କରାଇଥିଲେ, ଯାହାଦ୍ୱାରା ଦେବତାମାନେ ଅମର ହୋଇଥିଲେ ଏବଂ ପୂନର୍ବାର ସ୍ୱର୍ଗ ଫେରିପାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.