ଇନସୁରାନ୍ସ ଟଙ୍କା ପାଇବା ପାଇଁ ନିଜ ମୃତର କାହାଣୀ ଗଢିଥିଲା, ଆଉ ଟ୍ରକ ଚକା ତଳକୁ ସାଙ୍ଗକୁ ଠେଲିଦେଲା

ଇନସୁରାନ୍ସ ଟଙ୍କା ହାତେଇବାକୁ ସାଙ୍ଗକୁ ଟ୍ରକ୍ ଆଗକୁ ଠେଲି ଦେଇଛି ସାଙ୍ଗ । ପ୍ଲାନ କରିଥିବା ଗୁରଦୀପ ଏବଂ ପତ୍ନୀ ଖୁସଦୀପ କୌର ଏବଂ ଅନ୍ୟ ୪ ଜଣକୁ ପୋଲିସ ଗିରଫ କରିଛି । ଏମିତି ଅମାନବୀୟ କାଣ୍ଡ ପଞ୍ଜାବରେ ହୋଇଛି ।

ସାଙ୍ଗ ସାଜିଲା ସଇତାନ । ଇନସୁରାନ୍ସ ଟଙ୍କା ହାତେଇବାକୁ ସାଙ୍ଗକୁ ଟ୍ରକ୍ ଆଗକୁ ଠେଲି ଦେଇଛି ସାଙ୍ଗ । ଏମିତି ଅମାନବୀୟ କାଣ୍ଡ ପଞ୍ଜାବରେ ହୋଇଛି । ଏହି ଘଟଣାର ଅଭିଯୁକ୍ତ ଗୁରପ୍ରୀତ ସିଂଙ୍କୁ ପୋଲିସ ଗିରଫ କରିବା ସବୁ ସତ ଉଗାଳିଛି ଅଭିଯୁକ୍ତ । ଗୁରପ୍ରୀତଙ୍କ ବିଜନେସ ମାନ୍ଦାରେ ଚାଲିଥିବା ଯୋଗୁଁ ଏଭଳି ମାଷ୍ଟରମାଇଣ୍ଡ ପ୍ଲାନ୍ କରିଛନ୍ତି ।

ଖବର ମୁତାବକ, ରାମଦାସ ନଗର ଅଞ୍ଚଳର ଗୁରପ୍ରୀତ ସିଂ ବିଜନେସ୍ କରୁଥିବା ବେଳେ କ୍ଷତି ହେବାରୁ ତାଙ୍କ ଆର୍ଥିକ ସ୍ଥିତି ଖରାପ ହୋଇ ଯାଇଥିଲା। ଆଉ ଏଥିପାଇଁ ନିଜକୁ ମୃତ ଦର୍ଶାଇ ପଇସା ପାଇବା ପାଇଁ ସାଙ୍ଗକୁ ମାରିବାକୁ ପ୍ଲାନ୍ କରିଥିଲେ । ଏଭଳି ପ୍ଲାନରେ ଗୁରଦୀପଙ୍କ ପତ୍ନୀ ଖୁସଦୀପ କୌର ଏବଂ ଅନ୍ୟ ୪ ଜଣ ସାମିଲ ସହାୟତା କରିଥିଲେ । ପୋଲିସ ଏମାନଙ୍କୁ ସୁଖଜିତ ସଂଙ୍କ ହତ୍ୟା ଅଭିଯୋଗରେ ଗିରଫ କରିଛନ୍ତି ।

ସୁଖବିନ୍ଦର ନିଖୋଜ ଥିବା ନେଇ ତାଙ୍କ ପତ୍ନୀ ଗତ ୧୯ ତାରିଖରେ ଅଭିଯୋଗ କରିଥିଲେ। ପୋଲିସ ଖୋଜାଖୋଜି ଆରମ୍ଭ କରିବା ପରେ ସୁଖବିନ୍ଦରଙ୍କ ବାଇକ୍ ଓ ଚପଲ କେନାଲ ନିକଟରୁ ଉଦ୍ଧାର କରିଥିଲା। ପ୍ରଥମେ ଏହା ଏକ ଆତ୍ମହତ୍ୟା ବୋଲି ପୋଲିସ ପ୍ରଥମେ ସନ୍ଦେହ କରିଥିଲା। ମାତ୍ର ଗୁରପ୍ରୀତ ସିଂ କିଛି ଦିନ ଧରି ସୁଖବିନ୍ଦରଙ୍କୁ ମାଗଣାରେ ମଦ ଦେଉଥିବା ତାଙ୍କ ପତ୍ନୀ ପୋଲିସକୁ କହିଥିଲେ।

ଏହାପରେ ପୋଲିସ ଗୁରପ୍ରୀତଙ୍କୁ ପଚରାଉଚରା କରିବାକୁ ଯିବାରୁ ଏକ ରାସ୍ତା ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ହୋଇ ସାରିଥିବା ତାଙ୍କ ପରିବାର ଲୋକେ କହିଥିଲେ। ଏହାକୁ ନେଇ ସନ୍ଦେହ ହେବାରୁ ପୋଲିସକୁ ଗୁରପ୍ରୀତଙ୍କ ପରିବାର ସଦସ୍ୟଙ୍କୁ ଗୁଡ଼ାଇତୁଡ଼ାଇ ପଚରାଉଚରା କରିଥିଲା। କିନ୍ତୁ ଗୁରପ୍ରୀତ ଜୀବନ୍ତ ଥାଇ ୪କୋଟି ଟଙ୍କା ହାତେଇବାକୁ ଏଭଳି ଷଡଯନ୍ତ୍ର ରଚିଥିବା ପୋଲିସ ଜାଣିବାକୁ ପାଇଥିଲା।

ପୋଲିସ ତଦନ୍ତରୁ ଜଣାପଡିଲା, ଗତ ୧୯ ତାରିଖରେ ଗୁରପ୍ରୀତ ନିଜ ସାଙ୍ଗ ସୁଖବିନ୍ଦରଙ୍କୁ ଡାକି କିଛି ନିଶା ମିଶାଇ ପିଇବାକୁ ଦେଇଥିଲେ। ଫଳରେ ସୁଖବିନ୍ଦର ଅଚେତ ହୋଇଯିବାରୁ ଗୁରପ୍ରୀତ ତାଙ୍କୁ ନିଜ ଡ୍ରେସ୍ ପିନ୍ଧାଇ ଦେଇଥିଲେ। ଏହାପରେ ଯେପରି କେହି ମୃତଦେହ ଚିହ୍ନଟ କରି ନ ପାରିବେ ସେଥି ନିମନ୍ତେ ରାତି ଅଧରେ ଟ୍ରକ୍ ଚକା ତଳକୁ ନିଜ ସାଙ୍ଗଙ୍କୁ ଠେଲି ଦେଇଥିଲେ। ଏହାପରେ ଗୁରପ୍ରୀତଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ନେଇ ତାଙ୍କ ପରିବାର ଲୋକେ ନିକଟସ୍ଥ ଥାନାରେ ଅଭିଯୋଗ କରିଥିଲେ। ଟ୍ରକ ଚଢିଯାଇଥିବାରୁ ସୁଖବିନ୍ଦରଙ୍କ ମୃତହେଦ ଚିହ୍ନଟ ହୋଇପାରିନଥିଲା । ଆଉ ଏହି ମାମଲାରେ ପୋଲିସ ଗୁରପ୍ରୀତଙ୍କ ସହିତ ୪ ଜଣଙ୍କୁ ଗିରଫ କରିଛି ପୋଲିସ ।

You might also like