୧୯୯୫ର ‘କରନ ଅର୍ଜୁନ’ ଫିଲ୍ମ ପରେ ଚମକିଲା ସଲମାନ ଖାନଙ୍କ ଭାଗ୍ୟ, ହେଲେ ଅଜୟ ଦେବଗନଙ୍କ ଫିଲ୍ମ କ୍ୟାରିଅରରେ ଲାଗିଲା ଝଟକା

ଅଜୟ ଦେବଗନ ଲଗାତାର ୩୦ ବର୍ଷ ହେବ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି । ଅଜୟ ତାଙ୍କ ଦମଦାର ଅଭିନୟରେ ଅନେକ ଲୋକଙ୍କ ମନ ଜିତିିଛନ୍ତି । ହେଲେ ୧୯୯୫ରେ ଆସିଥିବା ଫିଲ୍ମ ‘କରନ ଅର୍ଜୁନ’ ର ଅଫର ମନାକଲା ପରେ, ଅଜୟଙ୍କ କ୍ୟାରିଅରରେ ଲାଗିଥିଲା ବଡ ଝଟକା । ହେଲେ ଚମକି ଥିଲା ସଲମାନ ଓ ଶାହରୁଖଙ୍କ ଭାଗ୍ୟ ।

ବଲିଉଡର ଲୋକପ୍ରିୟ ଅଭିନେତା ଅଜୟ ଦେବଗନ ତାଙ୍କ ଫିଲ୍ମ ଜରିଆରେ ଅନେକ ଲୋକଙ୍କ ମନ ଜିତିଛନ୍ତି । ଅଜୟ ଦେବଗନ ଲଗାତାର ୩୦ ବର୍ଷ ହେବ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି । ସେ ତାଙ୍କ ଦମଦାର ଅଭିନୟ ଜରିଆରେ ଦର୍ଶକମାନଙ୍କୁ ମନୋରଂଜନ କରି ଆସିଛନ୍ତି । ହେଲେ ତାଙ୍କର ଏକ ଭୁଲ ନିଷ୍ପତ୍ତି ଯୋଗୁ ସେ ଆସି ପାରିନଥିଲେ ‘କରନ ଅର୍ଜୁନ’ ଫିଲ୍ମରେ ।

୧୯୯୫ରେ ରାକେଶେ ରୋସନ ନିର୍ଦ୍ଦେଶନାରେ ରିଲିଜ ହୋଇଥିବା ଫିଲ୍ମ ‘କରନ ଅର୍ଜୁନ’ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିଲା । ଫିଲ୍ମ ‘କରନ ଅର୍ଜୁନ’ ରିଲିଜ ହୋଇସାରିଲା ପରେ ଫିଲ୍ମ ଇଣ୍ଡଷ୍ଟ୍ରିକୁ କେବଳ ଜଣେ ନୁହେଁ ଦୁଇ ଜଣ ସୁପରଷ୍ଟାର ମିଳିଥିଲା । ଜଣେ ହେଲେ ସଲମାନ ଖାନ ଓ ଆଉ ଜଣେ ଶାହରୁଖ ଖାନ । ଦୁଇ ଜଣ ଏହି ଫିଲ୍ମ ପରେ ସିନେମା ଇଣ୍ଡଷ୍ଟ୍ରିରେ ନିଜର ଭଲ ପରିଚୟ ସୃଷ୍ଟି କରିଥିଲେ । ଫିଲ୍ମର ନିର୍ଦ୍ଦେଶକ ଏହି ଫିଲ୍ମରେ ସଲମାନଙ୍କ ଚରିତ୍ର ପାଇଁ ପ୍ରଥମେ ଅଜୟ ଦେବଗନଙ୍କୁ ପସନ୍ଦ କହିଥିଲେ । ହେଲେ ଅଜୟ ଦେବଗନ ଏହି ଫିଲ୍ମ କରିବା ପାଇଁ କୌଣସି କାରଣରୁ ମନା କରି ଦେଇଥିଲେ ।

ଫିଲ୍ମର ନିର୍ଦ୍ଦେଶକ ଏକ ରିୟାଲିଟି ସୋ ରେ ଏହି କଥା କହିଥିଲେ । ସଲମାନ ଖାନ ତାଙ୍କ ପ୍ରଥମ ପସନ୍ଦ ନ ଥିଲେ ‘କରନ ଅର୍ଜୁନ’ ଫିଲ୍ମ ପାଇଁ । ଏହି ଫିଲ୍ମ କରିବା ପାଇଁ ସେ ପ୍ରଥମେ ଅଜୟ ଦେବଗନଙ୍କୁ ଅଫର କରିଥିଲେ ହେଲେ ଅଜୟ କୌଣସି କାରଣରୁ ଏହି ଫିଲ୍ମ ପାଇଁ ମନା କରିଥିଲେ । ଅଜୟ ଏହି ଫିଲ୍ମକୁ ମନା କରିବା ତାଙ୍କର ଭୁଲ ନିଷ୍ପତି ଥିଲା ।

ଏହି ଫିଲ୍ମଟି ରିଲିଜ ହେବା ପରେ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିଲା । ଲୋକମାନେ ଫିଲ୍ମକୁ ବହୁତ ପସନ୍ଦ କରିଥିଲେ । ୧୯୯୫ରେ ‘କରନ ଅର୍ଜୁନ’ ଫିଲ୍ମ ସୁପରହିଟ୍‌ ହୋଇଥିଲା ।  ଫିଲ୍ମ ସେହି ବର୍ଷର ସବୁ ଠାରୁ ଅଧିକ ରୋଜଗାର କରିଥିବା ଫିଲ୍ମ ଥିଲା ।

ଏହି ଫିଲ୍ମ କରିବା ପରେ ସଲମାନ ଖାନ ଲଗାତାର ଫିଲ୍ମ ଇଣ୍ଡଷ୍ଟ୍ରିରେ ଛାଇ ରହିଥିଲେ । ‘କରନ ଅର୍ଜୁନ’ ପରେ ‘ଜାନ’, ‘ପ୍ୟାର କିୟା ତୋ ଡରନା କିୟା’, ‘ଜବ ପ୍ୟାର କିଶିିସେ ହୋତା ହେ’ ପରି ଫିଲ୍ମ କରି ବକ୍ସ ଅଫିସରେ ହଇଚଇ ସୃଷ୍ଟ କରିଥିଲେ ସଲମାନ ଖାନ ।

୧୯୯୫ ରେ ଅଜୟ ଦେବଗନଙ୍କ ୪ଟି ଫିଲ୍ମ ଆସିଥିଲା ସେଥି ମଧ୍ୟରୁ ୨ଟି ଫିଲ୍ମ ‘ହଲଚଲ’ ଓ ‘ଗୁଣ୍ଡାଗର୍ଦି’ ବକ୍ସ ଅଫିସରେ ଭଲ ରୋଜଗାର କରିନଥିଲା ଏବଂ ଫଲ୍ପ ହୋଇଥିଲା । ତାଙ୍କର ଆଉ ଦୁଇଟି ଫିଲ୍ମ ଏତେ ବି ଭଲ ରୋଜଗାର କରିନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.