ବର୍ଷା ଦିନେ କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ହାନିକାରକ

ବର୍ଷା ଦିନେ କ୍ଷୀର ପିଇବା ଦ୍ୱାରା ପେଟ ସମ୍ବନ୍ଧୀୟ ଅନେକ ସମସ୍ୟା ଦେଖାଯାଇଥାଏ । ଏହା ବ୍ୟତୀତ କ୍ଷୀର ଆପଣଙ୍କ ଡାଇଜେଷ୍ଟିଭ ସିଷ୍ଟମକୁ ଖରାପ କରିଥାଏ । କ୍ଷୀର ଫୁଡ ପଏଜନିଙ୍ଗର କାରଣ ହୋଇପାରେ । କ୍ଷୀର ପିଇବା ଦ୍ୱାରା ଏସିଡିଟି ଏବଂ ପେଟ ଖରାପ ହେବାର ସମ୍ଭାବନା ଥାଏ ।

ବର୍ଷା ଦିନେ କ୍ଷୀର ପିଇବା ପାଇଁ ଘରର ବୟସ୍କ ବ୍ୟକ୍ତିମାନେ ମନା କରିଥାନ୍ତି । କିନ୍ତୁ ଆପଣ କେବେ ଭାବିଛନ୍ତି କି ଏଭଳି କାହିଁକି କୁହାଯାଇଥାଏ । ବର୍ଷା ଦିନେ କ୍ଷୀର ପିଇବା ଦ୍ୱାରା ପେଟ ସମ୍ବନ୍ଧୀୟ ଅନେକ ସମସ୍ୟା ଦେଖାଯାଇଥାଏ । ଏହା ବ୍ୟତୀତ କ୍ଷୀର ଆପଣଙ୍କ ଡାଇଜେଷ୍ଟିଭ ସିଷ୍ଟମକୁ ଖରାପ କରିଥାଏ । କ୍ଷୀର ଫୁଡ ପଏଜନିଙ୍ଗର କାରଣ ହୋଇପାରେ । କ୍ଷୀର ପିଇବା ଦ୍ୱାରା ଏସିଡିଟି ଏବଂ ପେଟ ଖରାପ ହେବାର ସମ୍ଭାବନା ଥାଏ । ଏହି ବର୍ଷା ଦିନରେ କ୍ଷୀର ପିଇବା ଦ୍ୱାରା ଶରୀରକୁ ଅନେକ କ୍ଷତି ପହଞ୍ଚିଥାଏ ।

ଆୟୁର୍ବେଦ ଅନୁଯାୟୀ, ବର୍ଷା ଋତୁରେ କ୍ଷୀର ପିଇବା ଉଚିତ ନୁହେଁ କାରଣ ଏହା ଶରୀରକୁ ଅନେକ ପ୍ରକାରର କ୍ଷତି ପହଞ୍ଚାଏ । ତେବେ ବର୍ଷା ଋତୁରେ କୀଟ ପତଙ୍ଗମାନଙ୍କର ମାତ୍ରା ଅଧିକ ବଢିଯାଏ । ଏପରି ପରିସ୍ଥିତିରେ ଗାଈ ଏବଂ ମଇଁଷି ମାନଙ୍କ ଘାସରେ ବିଷାକ୍ତ କୀଟ ପତଙ୍ଗ ରହିଥାନ୍ତି । ପଶୁ ମାନେ ସେହି ଘାସ ଖାଇବା ପରେ ସେମାନେ ସଂକ୍ରମିତ ହୋଇପାରନ୍ତି । ଯାହା ପରେ ଆପଣ କ୍ଷୀର ପିଇବା ଦ୍ୱାରା ଫୁଡ ପଏଜନିଙ୍ଗର ଶିକାର ହୋଇପାରନ୍ତି ।

ଏହି ଋତୁରେ କ୍ଷୀର ପିଇବା ଦ୍ୱାରା ଆପଣଙ୍କ ହଜମ ପ୍ରକ୍ରିୟାରେ ସମସ୍ୟା ଦେଖାଯାଇ ପାରେ ଏବଂ ଡାଇଜେଷ୍ଟିଭ ଏନଜାଇମ୍ କୁ କ୍ଷତି ପହଞ୍ଚିଥାଏ । ଏହା ବ୍ୟତୀତ ଶରୀରରେ ଅନେକ ପ୍ରକାରର ପ୍ରତିକ୍ରିୟା ମଧ୍ୟ ହୋଇପାରେ । ଯଦି ଆପଣ କୌଣସି ଜିନିଷ ଖାଉଛନ୍ତି , ତେବେ ଏହା ହଜମ ହେବା ପାଇଁ ସମୟ ଲାଗିଥାଏ ଏବଂ ଏହା ଦ୍ୱାରା ସ୍ଲୋ ମେଟାବୋଲିଜିମ୍ ହୋଇଥାଏ |

ବର୍ଷା ଦିନରେ ପଶୁ ମାନଙ୍କୁ ରୋଗ ହେବାର ଆଶଙ୍କା ଅଧିକ ଥାଏ । ଏପରିସ୍ଥିତିରେ କ୍ଷୀର ପିଇବା ଆପଣଙ୍କ ଶରୀର ପାଇଁ ହାନିକାରକ ହୋଇପାରେ । ତେଣୁ ଏହି ଦିନରେ କ୍ଷୀର ପିଇବା ଠାରୁ ଦୂରେଇ ରୁହନ୍ତୁ । କ୍ଷୀର ପିଇବାକୁ ଚାହୁଁଥିଲେ ଏହାକୁ ଭଲ ଭାବେ ଫୁଟାଇବା ପରେ ଏଥିରେ ଅଳ୍ପ ହଳଦୀ ମିଶାଇ ପିଇ ପାରିବେ । ଏହି କ୍ଷୀର ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହେବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.