ପନିପରିବା ଦର ଆକାଶ ଛୁଆଁ, ଟମାଟୋ ୧୦୦ ଟଙ୍କା ପାର ହୋଇଥିବା ବେଳେ ବିନ୍ସ ଛୁଇଁଲାଣି ୨୫୦

ଏବେ ରାଜ୍ୟରେ ପରିବା ଦର ଏତେ ମାତ୍ରାରେ ବୃଦ୍ଧି ପାଇଛି ଯେ, ସାଧାରଣ ଖାଉଟୀ କଣ ଖାଇବ ଚିନ୍ତା କରିପାରୁ ନାହିଁ । ରାଜ୍ୟରେ ଟମାଟୋ ଦର ୧୦୦ ଟଙ୍କା ପାର କରିଛି।ସେହିଭଳି ଭେଣ୍ଡି ୧୦୦, ପୋଟଳ ୮୦, କାକୁଡି ୮୦, କଲରା ୮୦, ଗାଜର ୫୦, ଜହ୍ନି ୮୦ ଟଙ୍କାରେ ବିକ୍ରୀ ହେଉଛି । ବଜାରରେ ଅଧିକାଂଶ ପରିବା ଦର ୮୦ ଛୁଇଁଛି ।

ଭୁବନେଶ୍ୱର (କେନ୍ୟୁଜ): ବଢୁଛି ପରିବା ଦର। ଅତିଷ୍ଠ ହେଉଛନ୍ତି ସାଧାରଣ ଲୋକେ। ନିମ୍ନ ମଧ୍ୟବିତ୍ତ ପରିବାରର ଲୋକେ ପରିବା କିଣିବାକୁ ଆଗରୁ ଦଶ ଥର ଭାବୁଛନ୍ତି। ରାଜ୍ୟରେ ଟମାଟୋ ଦର ୧୦୦ ଟଙ୍କା ପାର କରିଛି। ଯେଉଁ ଟମାଟୋ ମାସକ ତଳେ ୨୦/ ୩୦ ଟଙ୍କା ଥିଲା ହଠାତ୍ ତାହାର ଦର ଏତେମାତ୍ରାରେ ବୃଦ୍ଧି ପାଇବା ଦ୍ୱାରା ଗରିବ ଖାଉଟୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ତେବେ କେବଳ ଟମାଟୋ ନୁହେଁ ଅନ୍ୟାନ୍ୟ ପନିପରିବା ଦର ମଧ୍ୟ ବେଶ୍ ବୃଦ୍ଧି ପାଇଛି । ଝୁଡଙ୍ଗ କିଲୋ ପିଛା ୧୬୦ ଟଙ୍କା ରହିଥିବା ବେଳେ ବିନ୍ସ କିଲୋ ପିଛା ୨୫୦ ଟଙ୍କା ରହିଛି । ସେହିଭଳି ଭେଣ୍ଡି ୧୦୦, ପୋଟଳ ୮୦, କାକୁଡି ୮୦, କଲରା ୮୦, ଗାଜର ୫୦, ଜହ୍ନି ୮୦ ଟଙ୍କାରେ ବିକ୍ରୀ ହେଉଛି । ବଜାରରେ ଅଧିକାଂଶ ପରିବା ଦର ୮୦ ଛୁଇଁଛି ।

ମୌସୁମୀ ଓ ଲଘୁଚାପ ବର୍ଷା ପ୍ରଭାବରେ ଗଛରେ ବାଇଗଣ, ପୋଟଳ, ଭେଣ୍ଡି ଆଦି ପରିବା ନଷ୍ଟ ହୋଇଛି । ଗଛରୁ ଫୁଲ, ଫଳ ମଧ୍ୟ ଝଡ଼ି ପଡ଼ିଛି । ଅନ୍ୟପଟେ ବର୍ଷା ଯୋଗୁଁ ପରିବା ଅମଳ ହୋଇନଥିବାରୁ ବଜାରକୁ ପର୍ଯ୍ୟାପ୍ତ ପରିମାଣର ପରିବା ଆସିପାରିନାହିଁ । ଯାହା ଫଳରେ ପରିବା ବୃଦ୍ଧି ପାଉଥିବା କୁହାଯାଉଛି ।

ଆମ ରାଜ୍ୟ ଟମାଟୋ ଲାଗି ବାଙ୍ଗାଲୋର ଓ ନାସିକ ଉପରେ ନିର୍ଭର କରିଥାଏ । ବର୍ଷା ଓ ବନ୍ୟା ଯୋଗୁ ଫସଲ ନଷ୍ଟ ଏବଂ ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ଏହିପରି ଦରଦାମ୍ ଅହେତୁକ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଖୁଚୁରା ବ୍ୟବସାୟୀ ମନମାନି କରି ଗ୍ରାହକଙ୍କ ଠାରୁ ନିଜ ଇଚ୍ଛାମୁତାବକ ଦରଦାମ୍ କଷି ନେଉଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.