Below header

ରୂପାରେ ଝଟକିଲା ଶ୍ରୀମନ୍ଦିର ସିଂହଦ୍ଵାର : ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଡିଜାଇନରେ ଶୋଭା ପାଉଛି ଉତ୍କଳୀୟ କାରୁକାର୍ଯ୍ୟ

ରୂପାରେ ଝଲସିଲା ଶ୍ରୀମନ୍ଦିର ସିଂହଦ୍ୱାର । ୩ଦିନ ଧରି ଚାଲିଥିବା ସିଂହଦ୍ୱାର ରୂପା ଛାଉଣୀ କାମ ଶେଷ ହୋଇଛି । ଶାଗୁଆନ୍ କାଠରେ ନବନିର୍ମିତ କବାଟ ସିଂହଦ୍ୱାରରେ ଲାଗିବା ପରେ ମୁମ୍ବାଇରୁ ଆସିଥିବା କାରିଗରମାନେ ଏହା ଉପରେ ବିଭିନ୍ନ ଡିଜାଇନର ରୂପା ପ୍ଲେଟ ସବୁ ଲଗାଇଛନ୍ତି ।

ପୁରୀ (କେନ୍ୟୁଜ): ରୂପାରେ ଝଲସୁଛି ଶ୍ରୀମନ୍ଦିର ସିଂହଦ୍ଵାର । ୩ଦିନ ଧରି ଚାଲିଥିବା ସିଂହଦ୍ୱାର ରୂପା ଛାଉଣୀ କାମ ଶେଷ ହୋଇଛି । ଶାଗୁଆନ୍ କାଠରେ ନବନିର୍ମିତ କବାଟ ସିଂହଦ୍ୱାରରେ ଲାଗିବା ପରେ ମୁମ୍ବାଇରୁ ଆସିଥିବା କାରିଗରମାନେ ଏହା ଉପରେ ବିଭିନ୍ନ ଡିଜାଇନର ରୂପା ପ୍ଲେଟ ସବୁ ଲଗାଇଛନ୍ତି । ଶ୍ରୀବିଗ୍ରହଙ୍କ ବାହୁଡ଼ାଯାତ୍ରା ପୂର୍ବରୁ ଆଜି ଏହି କାମ ଶେଷ ହୋଇଛି।

ମୁମ୍ବାଇରୁ ପାଞ୍ଚଶହ କେଜି ଓଜନର ଦୁଇଟି ଷ୍ଟିଲ ଫ୍ରେମ ଆସି ପହଞ୍ଚିବା ପରେ ୧୫ରୁ ଉର୍ଦ୍ଧ୍ୱ ଶ୍ରମିକ ଏହାକୁ ଶ୍ରୀମନ୍ଦିର ସିଂହଦ୍ୱାର ମଧ୍ୟକୁ ନେଇଥିଲେ । ମୁମ୍ବାଇର ଜଣେ ଦାତା ରୂପା ଦାନ କରିଥିବା ବେଳେ ଦାତାଙ୍କ କାରିଗର ଜଗଦୀଶ ଏବଂ ହସମୁଖଙ୍କ ଦ୍ୱାରା ଏହା ପ୍ରସ୍ତୁତ କରାଯାଇଥିଲା। ଏହା ଉପରେ ରୂପାର କାରୁକାର୍ଯ୍ୟ ରହିଛି । କବାଟର ଚାରିକୋଣରେ ରୂପାର ପତଳା ପ୍ଲେଟ୍ ଲାଗିବା ପରେ ମଝିରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଡିଜାଇନର ବର୍ଗାକାର ରୂପା ପ୍ଲେଟ୍ ଲଗାଯାଇଛି । ସେହିପରି ଦୁଇ ପାଶ୍ୱର୍ରେ ଦୁଇଟି ସିଂହମୂର୍ତ୍ତି ଲଗାଯାଇଛି । ଏହି ଦ୍ୱାରରେ ମା’ ଲକ୍ଷ୍ମୀ ସାଆନ୍ତାଣୀ ମହାପ୍ରଭୁଙ୍କୁ ଶ୍ରୀମନ୍ଦିରକୁ ଭବ୍ୟ ସ୍ୱାଗତ କରିବେ । ସେହିଭଳି ଦୁଇପାର୍ଶ୍ବରେ ଦୁଇଟି ରୁପାର ସିଂହମୂର୍ତ୍ତି ବି ଲଗାଯାଇଛି। ଦ୍ବାର ଖୋଲିବା ପାଇଁ ପୂର୍ବଭଳି ଦୁଇ ସିଂହମୂର୍ତ୍ତିରେ ଦୁଇଟି ରୁପାର କଡ଼ା ବି ଲଗାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.