Smart TV ନିକଟରେ AC ଲଗାଇଥିଲେ ହୋଇଯାଆନ୍ତୁ ସତର୍କ, ହୋଇପାରେ ଏହି ସମସ୍ୟା

ବହୁତ କମ ଲୋକ ଜାଣିଛନ୍ତି AC ନିକଟରେ ହିଟ ଜେନେରେଟ କରୁଥିବା କୌଣସି ଇଲେକ୍ଟ୍ରୋନିକ୍ସ ଉପକରଣ ଲଗାଇବା ଉଚିତ ନୁହେଁ । କୌଣସି ହିଟ ଜେନେରେଟ କରୁଥିବା ମେସିନ ଏବଂ ପାଓ୍ଵର କନ୍‌ଭର୍ଟ କରୁଥିବା ଡିଭାଇସ ଯେପରିକି LED TV ଏବଂ କମ୍ପ୍ୟୁଟର ଭଳି ମେସିନକୁ AC ନିକଟରେ ରଖାଯିବା ଉଚିତ ନୁହେଁ । ଏଭଳି ଉପକରଣକୁ AC ଠାରୁ ଦୂରେଇ ରଖିବା ଉଚିତ ।

ବର୍ତ୍ତମାନ ସମୟରେ ପ୍ରାୟତଃ ସମସ୍ତଙ୍କ ଘରେ AC ରହିଛି । ଯଦି ACକୁ ଧ୍ୟାନ ଦିଆ ନଯାଏ ତେବେ ଏହାର କୁଲିଙ୍ଗ କମ ହେବା ସହ ଏହା ଖରାପ ହେବାର ସମ୍ଭାବନା ଥାଏ । ଏଥିପାଇଁ ଏୟାର କଣ୍ଡିସନର କୁ ନେଇ ବିଷେଷ ଧ୍ୟାନ ଦେବା ଜରୁରୀ ହୋଇଥାଏ । ଏହା କରିବା ଦ୍ୱାରା ACରୁ ଭଲ ଥଣ୍ଡା ମିଳିବା ସହ ଏହା ଖରାପ ହୋଇନଥାଏ । ତେବେ ପ୍ରାୟତଃ AC ଘରର ଏପରି ସ୍ଥାନରେ ଲଗାଯାଏ ଯେଉଁଠାରେ ଘରର ସଦସ୍ୟଙ୍କ ଅଧିକ ଚଳପ୍ରଚଳ ହୋଇଥାଏ । ଅର୍ଥାତ TV ନିକଟରେ କିମ୍ବା ହଲରେ ହିଁ ଏହା ଲଗାଯାଇଥାଏ । କିନ୍ତୁ TV ପାଖରେ AC ଲଗାଇବା ଉଚିତ କି ? ତେବେ ଆସନ୍ତୁ ଜାଣିବା TV ପାଖରେ AC ଲଗାଇଲେ କଣ ସମସ୍ୟା ସୃଷ୍ଟି ହୋଇଥାଏ ।

ବହୁତ କମ ଲୋକ ଜାଣିଛନ୍ତି AC ନିକଟରେ ହିଟ ଜେନେରେଟ କରୁଥିବା କୌଣସି ଇଲେକ୍ଟ୍ରୋନିକ୍ସ ଉପକରଣ ଲଗାଇବା ଉଚିତ ନୁହେଁ । କୌଣସି ହିଟ ଜେନେରେଟ କରୁଥିବା ମେସିନ ଏବଂ ପାଓ୍ଵର କନ୍‌ଭର୍ଟ କରୁଥିବା ଡିଭାଇସ ଯେପରିକି LED TV ଏବଂ କମ୍ପ୍ୟୁଟର ଭଳି ମେସିନକୁ AC ନିକଟରେ ରଖାଯିବା ଉଚିତ ନୁହେଁ । ଏଭଳି ଉପକରଣକୁ AC ଠାରୁ ଦୂରେଇ ରଖିବା ଉଚିତ ।

ଏୟାର କଣ୍ଡିସନର ଆଖପାଖରେ ଟିଭି ଭଳି ଉପକରଣ ରଖିବା ଫଳରେ ଏହାର ପ୍ରଦର୍ଶନ ଉପରେ ପ୍ରଭାବ ପଡ଼ିଥାଏ । ଏହି ଉପକରଣ ତାପମାତ୍ରାକୁ ବଢ଼ାଇଥାଏ ଏବଂ AC ସଂଚାଳନରେ ବାଧା ସୃଷ୍ଟି କରିଥାଏ । ଏୟାର କଣ୍ଡିସନର କାର୍ଯ୍ୟ କ୍ଷମତାରେ ପ୍ରଭାବ ପଡ଼ିଥାଏ ଏବଂ ଆପଣଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏହି ଉପକରଣ ଗୁଡ଼ିକ ଏୟାର କଣ୍ଡିସନର ର ଇନ୍‌ଡୋର ଏବଂ ଆଉଟଡୋର ୟୁନିଟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇପାରେ । ଏଥି ପାଇଁ ଆପଣ TV ଭଳି ଉପକରଣ ଠାରୁ ଯଥେଷ୍ଟ ଦୂରରେ ଏୟାର କଣ୍ଡିସନରକୁ ଇନ୍‌ଷ୍ଟଲ କରିବା ଉଚିତ ହେବ । କାରଣ AC ଖରାପ ହେବାର ସମସ୍ୟା ଦୂର ହୋଇଥାଏ ।

ବର୍ଷା ଦିନେ ଆଉ ଏକ ବିଶେଷ କଥା ପ୍ରତି ଦୃଷ୍ଟି ଦେବା ଜରୁରୀ, ଏବଂ ତାହା ହେଉଛି AC ଫିଲ୍ଟରକୁ ସଫା କରିବା । ଯଦି ଆପଣ ଏହାକୁ ଦୁଇ ସପ୍ତାହ ମଧ୍ୟରେ ସଫା ନକରନ୍ତି ତେବେ AC ଫିଲ୍ଟରରେ ଧୂଳି ଜମିଯିବ ଏବଂ କୁଲିଙ୍ଗରେ ସମସ୍ୟା ଦେଖାଯିବ ଯେଉଁଥି ପାଇଁ ଆପଣଙ୍କୁ ମଧ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ । ଏଥିପାଇଁ ନିୟମିତ ବ୍ୟବଧାନରେ ଫିଲ୍ଟରକୁ ସଫା କରାଯିବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.