Below header

ହଠାତ୍‌ ଲକ୍ଷ୍ନୌ ମେଲ୍‌ ର ଏସି ବଗିରେ ଲାଗିଲା ନିଆଁ, ଜୀବନ ବଞ୍ଚାଇବାକୁ ଯାଇ ଡେଇଁ ପଡିଲେ ଯାତ୍ରୀ

ବିହାରର ହରଦୋଇ ନିକଟରେ ଲକ୍ଷ୍ନୌରୁ ଦିଲ୍ଲୀ ଆସୁଥିବା ଲକ୍ଷ୍ନୌ ମେଲ (12229 up) ର ଏସି ବଗିରେ ନିଆଁ ଲାଗିଛି। ନିଆଁ ଏସି ବଗିର ତଳ ଭାଗରେ ଲାଗିଛି। ନିଆଁ ଲାଗିବା ପରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ନିଆଁକୁ ଦେଖିବା ପରେ ମଧ୍ୟ ଯାତ୍ରୀମାନେ ବଗିରୁ ଓହ୍ଲାଇ ଯାଇଥିଲେ।

lucknow

ଏହାସହ ପଢନ୍ତୁ: କୋଟିପତିଙ୍କ ପୁଅ କିନ୍ତୁ ବାସନ ମାଜୁଥିଲେ ହୋଟେଲରେ, ଜାଣନ୍ତୁ କାହିଁକି

ରିପୋର୍ଟ ଅନୁଯାୟୀ ହରଦୋଇ ରେଲେଓ୍ଵ ଷ୍ଟେସନରୁ ଲକ୍ଷ୍ନୌରୁ ଦିଲ୍ଲୀ ଯାଉଥିବା ଟ୍ରେନ ଲକ୍ଷ୍ନୌ ମେଲର ଏସି B5 ବଗି ତଳୁ ନିଆଁ ବାହାରିବାକୁ ଲାଗିଥିଲା। ଘଟଣାସ୍ଥଳରେ ଲୋକମାନେ ତଳକୁ ଯାଇ ଦେଖିବା ପରେ ଟ୍ରେନର ହଟ୍ ଏକ୍ସଲ ଜଳୁଥିବାର ଦେଖିଥିଲେ। ଫଳରେ ଘଟଣା ସ୍ଥଳରେ ଆତଙ୍କ ଖେଳିଯିବା ସହ ଯାତ୍ରୀମାନେ ବଗି ଛାଡି ବାହାରକୁ ବାହାରି ଯାଇଥିଲେ। ସୂଚନା ପାଇବା ପରେ ରେଳ ବିଭାଗର ଟେକ୍ନିକାଲ ଟୀମ୍ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଉକ୍ତ ଘଟଣାରେ କୌଣସି ଯାତ୍ରୀଙ୍କର କିଛି କ୍ଷତି ହୋଇନଥିଲେ ମଧ୍ୟ ଯାତ୍ରୀମାନେ ବିବିଆଇପି ଟ୍ରେନରେ ନିଆଁ ଲାଗିବା ଘଟଣାରୁ ଭୟଭୀତ ହୋଇଯାଇଥିଲେ। ସୂଚନା ଅନୁଯାୟୀ ୧୧.୪୩ ମିନିଟ୍ ରେ ପହଞ୍ଚି ଥିବା ଲକ୍ଷ୍ନୌ ମେଲ ଶେଷରେ ଟ୍ରେନର ଯାନ୍ତ୍ରିକ ତ୍ରୁଟି ଯୋଗୁ ପାଖାପାଖି ଏକ ଘଣ୍ଟା ପରେ ଟ୍ରେନ ଛାଡିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.