ଅନର କିଲିଙ୍ଗ୍‌ : ବିବାହର ଚାରି ବର୍ଷ ପରେ ବି ଥମିନଥିଲା ରାଗ, ପଥରରେ ଛେଚି ପ୍ରେମୀ ଦମ୍ପତିଙ୍କୁ କଲେ ହତ୍ୟା

ଚାରି ବର୍ଷ ପୂର୍ବେ ପରିବାର ବିରୁଦ୍ଧରେ ଯାଇ ପ୍ରେମ ବିବାହ କରିଥିବା ଦମ୍ପତିଙ୍କୁ ଲୋକମାନେ ପଥରରେ ଛେଚି ହତ୍ୟା କରିଛନ୍ତି। ପୋଲିସର କହିବାନୁଯାୟୀ କର୍ଣ୍ଣାଟକର ଗଡଗ ଜିଲ୍ଲା ଲକ୍କଡକଟ୍ଟୀ ଗାଁରେ ରହୁଥିବା ଦଳିତ ଯୁବକ ରମେଶ ମାଦାର ଅନ୍ୟ ଜାତିର ଯୁବତୀ ଗଙ୍ଗମ୍ମାଙ୍କ ସହିତ ବିବାହ କରିଥିଲେ। କିନ୍ତୁ ଯୁବତୀଙ୍କ ପରିବାର ଏହି ବିବାହର ବିରୁଦ୍ଧ ଥିଲେ।

murderଦୁଇ ପ୍ରେମୀ ପରିବାର ଏବଂ ଗ୍ରାମବାସୀଙ୍କ ଡରରେ ବିବାହ କରି ଅନ୍ୟ ଜିଲ୍ଲାକୁ ଚାଲିଗଲେ ଏବଂ ମଜୁରୀ କାମ କରି ଚଳୁଥିଲେ। ଏହାପରେ ତାଙ୍କର ଦୁଇ ପିଲା ମଧ୍ୟ ହେଲା। କିନ୍ତୁ ଯେତେବେଳେ ସେ ନିଜ ଗାଁକୁ ଫେରିଲେ ସେତେବେଳେ ଗ୍ରାମବାସୀ ରାସ୍ତାରେ ତାଙ୍କୁ ମାଡ ମାରିଥିଲେ ଏବଂ ପଥରରେ ଛେଚି ହତ୍ୟା କଲେ। ପୋଲିସ ଏହ ଘଟଣାର ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.