Below header

ଡାକ୍ତରଙ୍କ ଚେତାବନୀ ପରେ ବି ମାନିବାକୁ ନାରାଜ୍‌ ବିଗ୍‌ ବି, ସେୟାର କଲେ ନିଜର ହେଲଥ୍‌ ଅପଡେଟ୍‌

ହିନ୍ଦୀ ସିନେମାର ସର୍ବାଧିକ ବ୍ୟସ୍ତ ଥିବା ଅଭିନେତାମାନଙ୍କ ମଧ୍ୟରେ ଅମିତାଭ ବଚ୍ଚନ ଗତ ଗୁରୁବାର ଦିନ ନିଜର ପ୍ରଶଂସକମାନଙ୍କ ସହ ନିଜର ସ୍ୱାସ୍ଥ୍ୟ ସମ୍ବନ୍ଧିତ ସୂଚନା ଦେଇଛନ୍ତି। ବିଗ୍ ବି କହିଛନ୍ତି ତାଙ୍କୁ କିଛି ସମୟ ପାଇଁ କାମରୁ ଦୂରେଇ ରହିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି। ରିପୋର୍ଟ ଅନୁଯାୟୀ ବିଗ୍ ବି ଅମିତାଭ ବିଚ୍ଚନ ହିନ୍ଦୀ ସିନେମାରେ ୫୦ ବର୍ଷ ପୁରା କରିସାରିଛନ୍ତି। ବଚ୍ଚନଙ୍କ ପ୍ରଥମ ଫିଲ୍ମ ‘ସାତ ହିନ୍ଦୁସ୍ତାନୀ’ ୭ ନଭେମ୍ବର ୧୯୬୯ରେ ରିଲିଜ୍ ହୋଇଥିଲା। ଅମିତାଭ ବଚ୍ଚନ ନିଜ ଘରେ ଚିକିତ୍ସକଙ୍କ ସହ ସାକ୍ଷାତକାର କରିବାର ଫଟୋ ସେୟାର କରିବା ସହ ଅନ୍ୟ କେତେକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ଏହାସହ ପଢନ୍ତୁ: ଏକାଠି ନଜର ଆସିବେ ତିନି ଜଣ ଖାନ୍‌, ଜାଣନ୍ତୁ କଣ ରହିଛି ଫିଲ୍ମର ନାଁ

ଏଥିସହ ବିଗ୍ ବି ଲେଖିଛନ୍ତି ‘‘ସ୍ୱର୍ଗରୁ ଆସିଥିବା ଷ୍ଟେଥେସ୍କୋପ ପିନ୍ଧିଥିବା ଦୂତ’’ ତାଙ୍କୁ ଚେତାବନୀ ତ ଦେଇଛନ୍ତି କିନ୍ତୁ ସେ ତାଙ୍କର କାମ ଜାରି ରଖିବେ। ଏହି ସୂଚନା ଅମିତାଭ ବଚ୍ଚନ ନିଜର ଅଧିକାରୀକ ବ୍ଲଗରେ ଦେଇଛନ୍ତି। ଚଳିତ ବର୍ଷ ଅକ୍ଟୋବରରେ କୌଣସି ବି କଳାକାରଙ୍କୁ ଦିଆଯାଉଥିବା ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଳ୍କେ ପୁରସ୍କାର ପାଇଁ ବିଗ୍ ବିଙ୍କ ନାଁ ଘୋଷଣା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.