Below header

ଆଫଗାନିସ୍ତାନରେ ଶ୍ରଦ୍ଧାଞ୍ଜଳି ସଭାରେ ଗୁଳିକାଣ୍ଡ : ୩୨ ମୃତ, ୫୮ ଆହତ

କାବୁଲ: ଆଫଗାନିସ୍ତାନ ରାଜଧାନୀ କାବୁଲରେ ଏକ ବଡ ଆକ୍ରମଣ ହୋଇଛି। ଏଥିରେ ୩୨ ଜଣ ନିହତ ହୋଇଥିବା ବେଳେ ୫୮ ଜଣ ଆହତ ହୋଇଛନ୍ତି। ଦେଶର ମୁଖ୍ୟ କାର୍ଯ୍ୟନିର୍ବାହୀ ଅବ୍‌ଦୁଲ୍ଲା ଅବ୍‌ଦୁଲ୍ଲାଙ୍କୁ ଟାର୍ଗେଟ କରି ଏହି ଗୁଳିକାଣ୍ଡ ଘଟାଯାଇଲା। ତେବେ ସେ ଏଥିରୁ ଅଳ୍ପକେ ବର୍ତ୍ତିଯାଇଥିଲେ। ପୋଲିସ ମଧ୍ୟ ପାଲଟା ଆକ୍ରମଣରେ ଦୁଇ ବନ୍ଧୁକଧାରୀ ଆକ୍ରମଣକାରୀକୁ ନିହତ କରିଛି। ଏହି ଆକ୍ରମଣର ସଂପୂର୍ଣ୍ଣ ଦୋଷ ଆଇଏସ୍‌ ସଂଗଠନ ନେଇଛି। କିନ୍ତୁ ତାଲିବାନ ଏହି ଘଟଣାରେ କୌଣସି ହାତ ନଥିବା କହିଛି।

kk

ଆଫଗାନିସ୍ତାନର ହେଜବ-ଇ ଓ୍ବାହଦାତ ପାର୍ଟି ନେତା ଅବ୍‌ଦୁଲ ଅଲି ମଜାରିଙ୍କୁ ତାଲିବାନ ଆତଙ୍କବାଦୀମାନେ ୧୯୯୫ରେ ହତ୍ୟା କରିଥିଲେ। ଶୁକ୍ରବାର କାବୁଲରେ ମଜାରିଙ୍କ ୨୫ତମ ଶ୍ରାଦ୍ଧ ଦିବସ ପାଳନ କରାଯାଉଥିଲା। ଏହି ସମାରୋହରେ ଆଫଗାନିସ୍ତାନର ଚିଫ୍‌ ଏକ୍‌ଜ୍ୟୁକେଟିଭ୍‌ ଅବ୍‌ଦୁଲ୍ଲା ଅବ୍‌ଦୁଲ୍ଳା, ପୂର୍ବତନ ରାଷ୍ଟ୍ରପତି ହମିଦ୍‌ କାର୍‌ଜାଇ, ହାଇ ପିସ୍‌ କାଉନ୍‌ସିଲ ଅଧ୍ୟକ୍ଷ ମହମ୍ମଦ କରିମ ଖଲିଲି, ସେକେଣ୍ଡ ଡେପୁଟି ଚିଫ୍‌ ଏକ୍‌ଜ୍ୟୁକେଟିଭ୍‌ ମହମ୍ମଦ ମହକିକ୍‌ଙ୍କ ସମେତ ଅନ୍ୟ କେତେଜଣ ରାଜନେତା ଏଥିରେ ସାମିଲ ଥିଲେ। ପୂର୍ବାହ୍ନ ୧୧ଟା ୨୦ରେ ଖଲିଲି ଭାଷଣ ଦେଉଥିବାବେଳେ ସଭାସ୍ଥଳ ନିକଟ ଏକ ନିର୍ମାଣାଧୀନ କୋଠାରୁ ଜଣେ ବନ୍ଧୁକଧାରୀ ହଠାତ୍‌ ଗୁଳି ଚଳାଇଥିଲେ। ଏଥିରେ ୩୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅବ୍‌ଦୁଲ୍ଲା, କାରଜାଇ ଓ ଖଲିଲି ସୁରକ୍ଷିତ ଭାବେ ଘରକୁ ଫେରିବାରେ ସକ୍ଷମ ହୋଇଥିଲେ। ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ଏକ ବିବୃତିରେ କହି ସଙ୍ଗଠନର କୌଣସି ଫାଇଟର ସମ୍ପୃକ୍ତ ନ ଥିବା କହିଛନ୍ତି।

 

ପ୍ରକାଶ ଯେ, ଗତବର୍ଷ ମଜାରିଙ୍କ ଶ୍ରାଦ୍ଧ ଦିବସ ପାଳନ ବେଳେ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ପକ୍ଷରୁ ହୋଇଥିବା ଆକ୍ରମଣରେ ୧୧ ଜଣ ନିହତ ହୋଇଥିଲେ। ଗତ ଫେବୃୟାରୀ ୨୯ରେ ଆମେରିକା ଓ ତାଲିବାନ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷର ହୋଇଥିଲା। ଏହି ସଭା ସମୟରେ କାବୁଲରେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଥିବାବେଳେ ରାଜନେତାମାନେ ଉପସ୍ଥିତ ଥିବା ଶ୍ରଦ୍ଧାଞ୍ଜଳି ସଭାକୁ ଟାର୍ଗେଟ କରି ଆକ୍ରମଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.