Biggboss ଫାଇନାଲିଷ୍ଟ ରଶ୍ମି ଦେଶାଇଙ୍କ ହଟ୍‌ ଭୋଜପୁରୀ ଗୀତ ଏବେ ସୋସିଆଲ ମିଡିଆକୁ କରୁଛି ବ୍ଲାଷ୍ଟ, ଦେଖନ୍ତୁ ଭିଡିଓ

ଟିଭିର ଲୋକପ୍ରିୟ ଅଭିନେତ୍ରୀ ଏବଂ ବିଗବସ ୧୩ର ଫାଇନାଲିଷ୍ଟ ରଶ୍ମି ଦେଶାଇ ଘରୁ ବାହାରି ପଳାଇଯିବା ପରେ ଖୁବ୍‌ ଚର୍ଚ୍ଚାରେ ରହିଥିଲେ। ନିକଟରେ ରଶ୍ମି ଏକ ସାକ୍ଷାତକାରରେ କାଷ୍ଟିଂ କାଉଚ ଠାରୁ ଆରମ୍ଭ କରି ଛାଡପତ୍ର, ଘରୋଇ ହିଂସା ବା ନିର୍ଯାତନା ଏବଂ ଡିପ୍ରେସନକୁ ନେଇ ଖୁଲାସା କରିଥିଲେ। ରଶ୍ମି ଜଣାଇଥିଲେ ଯେ ସେ ଛାଡପତ୍ର ପରେ ଡିପ୍ରେସନରେ ଚାଲିଯାଇଥିଲେ। ରଶ୍ମି ଦେଶାଇ  କହିଛନ୍ତି ନନ୍ଦିଶ ସୁଧୁଙ୍କ ସହିତ ବିବାହ କରିବାର ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବରେ ତାଙ୍କର ଥିଲା।

nandishକିନ୍ତୁ ସେ ଛାଡପତ୍ର ନେବାକୁ ଚାହୁଁନଥିଲେ। ନିଜର ବୈବାହିତ ସମ୍ପର୍କକୁ ଆଗକୁ ନେବାକୁ ଚାହୁଁଥିଲେ ଏବଂ ସମ୍ପର୍କ ରକ୍ଷା କରିବାକୁ ବହୁତ ଚେଷ୍ଟା କରିଥିଲେ। ରଶ୍ମି ଜଣାଇଥିଲେ ଯେ ଆମ ଦୁଇ ଜଣଙ୍କ ପାଖରେ ଦୁହିଁଙ୍କୁ ନେଇ ବହୁତ ପ୍ରକାର ଅଭିଯୋଗ ଥିଲା। ଆମର ଅନେକ କଥାକୁ ନେଇ ଯୁକ୍ତିତର୍କ ହୋଇଥାଏ। ଶେଷରେ ଆଜି ଆମେ ବିଚ୍ଛେଦ ହୋଇ ବହୁତ ଖୁସିରେ ନିଜ ନିଜ ଜୀବନକୁ ନେଇ  ରହିଛୁ।


ବିଗବସ୍‌ ଘରୁ ବାହାରିବା ପରେ ରଶ୍ମି ନିକଟରେ ଜବରଦସ୍ତ ଫଟୋ ଶୁଟ୍‌ କରାଇଛନ୍ତି। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ଫଟୋରେ ରଶ୍ମି ଦେଶାଇ ବ୍ଲାକ କଲରର ସେକ୍ସି କ୍ଲିଭେଜ୍‌ ଗାଉନରେ ନଜର ଆସୁଛନ୍ତି। ସେହିପରି ଫ୍ୟାନ୍ସ ମଧ୍ୟ ତାଙ୍କର ଏହି ହଟନେସରେ ଭରପୂର ଏହି ଫଟୋଶୁଟକୁ ଦେଖି ଖୁବ୍‌ ପସନ୍ଦ କରୁଛନ୍ତି।


ଏହି ଫଟୋ ସହିତ ତାଙ୍କର ଭୋଜପୁରୀ ଗୀତ ମଧ୍ୟ ଭାଇରାଲ ହେଉଛି। ଏହି ଗୀତରେ ରଶ୍ମି ଶାଢ଼ିରେ ନଜର ଆସୁଛନ୍ତି। ଏହି ଗୀତ ପାଇଁ ରଶ୍ମି ବହୁତ ଚର୍ଚ୍ଚା ସାଉଁଟିଥିଲେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଛୋଟ ପରଦାରେ ରଶ୍ମି ବେଶ ପରିଚିତ ଥିଲେ। ହିନ୍ଦି ଟିଭି ଧାରାବାହିକ ଉତରନ୍‌, ଫିୟର ଫ୍ୟାକ୍ଟର, ଦିଲ୍‌ ସେ ଦିଲ ତକ୍‌ ଏବଂ ବିଗବସ ପରେ ସେ ଏବେ ଘରେ ଘରେ ପରିଚିତ।

video courtesy :  Md Abraham

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.