Below header

ଫେସବୁକକୁ ବି ଘାରିଲା କରୋନା ଭୟ, ବନ୍ଦ ହେଲା ସିଙ୍ଗାପୁର ଓ ଲଣ୍ଡନ ସ୍ଥିତ କାର୍ଯ୍ୟାଳୟ

ବିଶ୍ୱର ଅନ୍ୟତମ ବରିଷ୍ଠ ସୋସିଆଲ ମିଡ଼ିଆ କମ୍ପାନୀ ଫେସବୁକ କମ୍ପାନୀ କରୋନା ଭାଇରସ ନେଇ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏକ ପଦକ୍ଷେପ କରିଛନ୍ତି । କରୋନା ଭାଇରସରୁ ରକ୍ଷା ପାଇଁ କମ୍ପାନୀ ନିଜ ସିଙ୍ଗାପୁର ଓ ଲଣ୍ଡନ ସ୍ଥିତ କାର୍ଯ୍ୟାଳୟକୁ ବନ୍ଦ କରି ଦେଇଛି । ନିଜ କାର୍ଯ୍ୟାଳୟ ଗୁଡିକୁ ଗହୀର ଭାବେ ସଫା କରିବା ପାଇଁ ହିଁ ଏପରି ପଦକ୍ଷେପ ନିଆଯାଇଥିବା କମ୍ପାନୀ ତରଫରୁ ସ୍ପଷ୍ଟ ହୋଇଛି । ସିଙ୍ଗାପୁର ଠାରେ ଥିବା ଫେସବୁକର ଏକ କମ୍ପାନୀର ଜଣେ କମ୍ପାନୀ କର୍ମଚାରୀ କରୋନା ଭାଇରସରେ ସଂକ୍ରମିତ ଥିବା ଜଣାଯାଇଛି ।

 

facebook new

ଅନ୍ୟପକ୍ଷରେ କାର୍ଯ୍ୟାଳୟ ଆସିବା ବଦଳରେ ଘରୁ ହିଁ କାମ କରିବା ପାଇଁ ଫେସବୁକ ନିଜ କର୍ମଚାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛି । କମ୍ପାନୀ ତରଫରୁ ଆହୁରି ମଧ୍ୟ କୁହାଯାଇଛିକି, କମ୍ପାନୀର କରୋନା ଭାଇରସରେ ସଂକ୍ରମିତ ଥିବା କର୍ମଚାରୀ ଗତ ଫେବୃଆରୀ ୨୩ ରୁ ୨୬ ତାରିଖରେ ଲଣ୍ଡନ କାର୍ଯ୍ୟାଳୟ ଯାଇଥିବା ଜଣାଯାଇଛି । ତେଣୁ ସତର୍କତା ଦୃଷ୍ଟିରୁ କମ୍ପାନୀ ନିଜ ଲଣ୍ଡନ ସ୍ଥିତ କାର୍ଯ୍ୟାଳୟକୁ ବି କମ୍ପାନୀ ବନ୍ଦ କରିଦେଇଛି । କମ୍ପାନୀର ଏହି କାର୍ଯ୍ୟାଳୟର କର୍ମଚାରୀ ବି ଆଗୁଆ ସୂଚନା ନ ପାଇବା ପର୍ଯ୍ୟନ୍ତ ଘରୁ ହିଁ କାମ କରିବେ ।

ଏହା ପୂର୍ବରୁ କମ୍ପାନୀ ନିଜ ସାଂଘାଇ ସ୍ଥିତ କାର୍ଯ୍ୟାଳୟକୁ ଅନିଶ୍ଚିତ କାଳ ପାଇଁ ବନ୍ଦ କରି ଦେଇଥିଲା । ଏହା ସହ ଇଟାଲୀ ଓ ଦକ୍ଷିଣ ଆଫ୍ରିକା କର୍ମଚାରୀ ମାନଙ୍କୁ ବି ଘରୁ ହିଁ କାମ କରିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି । ଶୁକ୍ରବାର ଠାରୁ ସେନ ଫ୍ରାନସିସ୍କୋ ସ୍ଥିତ କାର୍ଯ୍ୟାଳୟର କର୍ମଚାରୀ ମାନଙ୍କୁ ବି ଘରୁ ହିଁ କାମ କରିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.