ଗଞ୍ଜାମ: ସ୍କୁଲକୁ ବସ୍ତାନୀ ନେବେନି ଛାତ୍ରଛାତ୍ରୀ, ଆଜିଠୁ ପ୍ରତି ଶନିବାର ହେବ ‘ନୋ ବ୍ୟାଗ ଡେ’

ଗଞ୍ଜାମ: ସ୍କୁଲକୁ ବସ୍ତାନୀ ନେବେନି ଛାତ୍ରଛାତ୍ରୀ । ପ୍ରତି ଶନିବାର ହେବ ନୋ ବ୍ୟାଗ ଡେ । ସପ୍ତାହରେ ଗୋଟିଏ ଦିନ ଛାତ୍ରଛାତ୍ରୀଙ୍କୁ ବ୍ୟାଗ ବୋହିବାରୁ ମିଳିବ ଫୁରସତ । ପାଠ ବଦଳରେ ସ୍କୁଲରେ ମିଳିବ ସାଠର ଜ୍ଞାନ । ଏଥିପାଇଁ ଆଜିଠୁ ଗଞ୍ଜାମରେ ଆରମ୍ଭ ହୋଇଛି ନୋ ସ୍କୁଲ ବ୍ୟାଗ ଡେ । ଛାତ୍ରଛାତ୍ରୀଙ୍କ ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ଏହି ପ୍ରୟାସ କରାଯାଇଛି । ଶନିବାର ପାଠ ପଢା ବ୍ୟତୀତ ପିଲାମାନଙ୍କୁ ଯୋଗ ଶିକ୍ଷା, ସଫେଇ ଓ ପ୍ଳାଷ୍ଟିକ ବ୍ୟବହାର ନିଷେଧ ନେଇ ସଚେତନତା କରାଯିବ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କଲାଙ୍ଗେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର କିଛି ସ୍କୁଲରେ ଏହା ଆରମ୍ଭ କରାଯାଇଛି । ଏହାପରେ ସମସ୍ତ ବିଦ୍ୟାଳୟରେ ଏହାକୁ ପାଳନ କରାଯିବ । ଜିଲ୍ଲା ପ୍ରଶାସନର ଏଭଳି ପ୍ରୟାସକୁ ଛାତ୍ରଛାତ୍ରୀ, ଶିକ୍ଷକ ଓ ସାଧାରଣରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.