Below header

ତିନିଦିନ ପୂର୍ବରୁ ସ୍ୱାମୀଙ୍କ ସହିତ ହୋଲି ଖେଳିଲେ ପ୍ରିୟଙ୍କା, ଇନଷ୍ଟାରେ ଫଟୋ ଏବଂ ଭିଡିଓ ସେୟାର କଲେ ନିକ୍‌

ହୋଲି ପାଖେଇ ଆସୁଛି। ବଲିଉଡର ସମସ୍ତ ସେଲିବ୍ରିଟି ହୋଲିକୁ ନେଇ ଗ୍ରାଣ୍ଡ ସେଲିବ୍ରେସନ କରିଥାନ୍ତି। ହୋଲି ଆଉ ତିନି ଦିନ ବାକି ରହିଥିବା ବେଳେ କିନ୍ତୁ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜକୁ ସମ୍ଭାଳି ପାରିନଥିଲେ। ହୋଲିର ତିନି ଦିନ ପୂର୍ବରୁ ପ୍ରିୟଙ୍କା ଶାନଦାର ପାର୍ଟି ଆୟୋଜନ କରିଥିଲେ। ଏହି ପାର୍ଟିରେ ପ୍ରିୟଙ୍କା ନିଜ ସ୍ୱାମୀ ନିକଙ୍କ ସହିତ ମସ୍ତି କରୁଥିବାର ନଜର ଆସିଛନ୍ତି। ନିକ୍‌ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ହୋଲି ପାର୍ଟିର ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି। ଆମେରିକାନ ସିଙ୍ଗର ନିକ୍ ଜୋନସ୍ ଶୁକ୍ରବାର ପତ୍ନୀ ପ୍ରିୟଙ୍କା ଚୋପ୍ରା ଜୋନସଙ୍କ ସହ ମୁମ୍ବାଇରେ ପ୍ରଥମ ଥର ଲାଗି ହୋଲି ଖେଳିଛନ୍ତି। ଗୋଟିଏ ଭିଡିଓରେ ସେ ତାଙ୍କ ଲେଡି ଲଭଙ୍କ ସହ ଆଖି ମିଳାଇବାର ଦୃଶ୍ୟ ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଛି। ଏହାସହ ନିକ୍ ଲେଖିଛନ୍ତି ଭାରତରେ ଥିବା ତାଙ୍କ ଦ୍ୱିତୀୟ ଘରେ ସେ ଯେଉଁ ହୋଲି ପାଳନ କରିଛନ୍ତି ତାହା ସବୁଠାରୁ ନିଆରା।

priyan

ଇଶା ଅମ୍ବାନିଙ୍କ ଦ୍ୱାରା ଆୟୋଜିତ ଏହି ହୋଲି କାର୍ଯ୍ୟକ୍ରମରେ ଆହୁରି ମଧ୍ୟ କେତେଜଣ ବଲିଉଡ୍ ସେଲିବ୍ରିଟିଙ୍କୁ ଦେଖିବାକୁ ମିଳିଥିଲା। ଏହାପରେ ନିକ୍ ତାଙ୍କର କିଛି ଫଟୋ ଓ ଦୁଇଟି ଭିଡିଓ ସୋସିଆଲ ମିଡିଆରେ ଶେୟାର କରିବା ସହ ହୋଲିର ମଜା ନେଇଥିବା ଲେଖିଥିଲେ। ଏହି ହୋଲି ପର୍ବରେ କ୍ୟାଟ୍ରିନା କୈଫ, ଭିକ୍କି କୌଶଲ, ଡାଏନା ପେଣ୍ଟି, ଜ୍ୟାକଲିନ ଫର୍ଣ୍ଣାଡିଜ୍, ହୁମା କ୍ୟୁରେସି ଓ ସୋନାଲି ବେନ୍ଦ୍ରେ ପ୍ରମୁଖଙ୍କୁ ଦେଖିବାକୁ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.