Below header

ଖୁବଶୀଘ୍ର ମିଳିବାକୁ ଯାଉଛି ଖୁସିଖବର, ନଭେମ୍ବର ପ୍ରଥମ ସପ୍ତାହରେ ଭାରତରେ ଦିଆଯିବ ପ୍ରଥମ କୋଭିଡ ଟିକା

ଆସନ୍ତା ସପ୍ତାହରେ ଆସୁଛି କୋଭିଡ ଟିକା । ଅର୍ଥାତ୍‌ ନଭେମ୍ବର ପ୍ରଥମ ସପ୍ତାହରେ ଦିଆଯିବ ପ୍ରଥମ କୋଭିଡ ଟିକା । ଅକ୍ସଫୋର୍ଡ ସମେତ ଫାଇଜର ଓ ବାୟୋ ଏନ୍‌ଟେକ୍‌ ଟିକାକୁ ମଧ୍ୟ ଅନୁମତି ମିଳିବା ଆଶା କରାଯାଉଛି । ନଭେମ୍ବର ପ୍ରଥମ ସପ୍ତାହରେ ପ୍ରଥମ ବ୍ୟାଚ୍‌ ଅକ୍ସଫୋର୍ଡ ଟିକା ନେବାକୁ ପ୍ରସ୍ତୁତ ରହିବାକୁ ଲଣ୍ଡନର ଏକ ହସ୍ପିଟାଲ୍‌କୁ କୁହାଯାଇଥିବା ସୂଚନା ରହିଛି। ଅକ୍ସଫୋର୍ଡ ଟିକା ଟ୍ରାଏଲର ଫଳାଫଳ ବେଶ ପ୍ରଭାବୀ ରହିଛି । ଉଭୟ ଯୁବକ ଓ ବୟସ୍କଙ୍କ ଶରୀରରେ ପ୍ରତିରୋଧକ ଶକ୍ତି ସୃଷ୍ଟି କରୁଛି ଅକ୍ସଫୋର୍ଡ ଟିକା । ଏହି ଟିକା ଉତ୍ପାଦନ କରୁଥିବା ବ୍ରିଟିଶ୍‌ କମ୍ପାନୀ ଆଷ୍ଟ୍ରାଜେନେକାର ମୁଖପାତ୍ର ଏହି

ସୂଚନା ଦେଇଛନ୍ତି । ସେ କହିଛନ୍ତି, କୋଭିଡ ଲଢେଇରେ ଗେମ୍‌ ଚେଞ୍ଜର ହେବ ଅକ୍ସଫୋଟର୍ଡ ଟିକା । ଜୀବନକୁ ପୁଣି ସ୍ୱାଭାବିକ କରିବ । ସବୁ ବୟସର ଲୋକଙ୍କ ଉପରେ ହୋଇଥିବାର ପରୀକ୍ଷାର ପ୍ରଭାବୀ ଫଳାଫଳ ଆସୁଛି। ଟିକାକୁ ସଂପୂର୍ଣ୍ଣ ସୁରକ୍ଷିତ ବୋଲି ସେ କହିଛନ୍ତି । ବିଶ୍ୱବ୍ୟାପୀ ୮ଟି ଟିକାର ଫେଜ୍‌ ଥ୍ରୀ ଟ୍ରାଏଲ ଚାଲିଥିବା ବେଳେ ଏପର୍ଯ୍ୟନ୍ତ ସବୁଠୁ ବେଶି ବିଶ୍ୱାସଭାଜନ ରହିଛି ଅକ୍ସଫୋର୍ଡ ଟିକା । ଭାରତ ପାଇଁ ମଧ୍ୟ ଏହା ଏକ ଭଲ ଖବର । କାରଣ ଆଷ୍ଟ୍ରାଜେନେକା ସହ ମିଶି ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅକ୍ସଫୋର୍ଡ ଟିକା ଉତ୍ପାଦନ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.