କରଦାତାଙ୍କୁ ମିଳିଲା ବଡ ଆଶ୍ବସ୍ତି, ଏବେ ଏସଏମଏସ୍ କରି ଭରିପାରିବେ ଜିଏସଟି ରିଟର୍ଣ୍ଣ
![gst](https://knewsodisha.com/wp-content/uploads/2020/10/gst.jpg)
ଜିଏସଟି ନେଟଓ୍ବାର୍କ ସେହି ଟ୍ୟାକ୍ସପେୟର୍ସଙ୍କୁ ଆଶ୍ବସ୍ତି ଦେଇଛି, ଯାହା ସଂପୂର୍ଣ୍ଣ ଦେୟ ଶୂନ୍ୟ। ଏବେ ଏହି ଟ୍ୟାକ୍ସପେୟରଙ୍କ ପାଇଁ ଏସଏମଏସ ଜରିଆରେ ତ୍ରିମାସିକ ରିଟର୍ଣ୍ଣ ଭରିବାର ବ୍ୟବସ୍ଥା ଆରମ୍ଭ କରାଯାଇଛି।
ଜିଏସଟିଏନ୍ ଏକ ବୟାନରେ କହିଛି ଯେ, ଏହା ଅନୁସାରେ କମ୍ପୋଜିସନ ସ୍କିମ୍ ନେଉଥିବା କରଦାତା ବିନା ଜିଏସଟି ପୋର୍ଟାଲରେ ଲଗ୍ଇନ୍ କରାଯାଇଥିବା ଏସଏମଏସ ଜରିଆରେ ଜିଏସଟି CMP-08 ଫର୍ମରେ ଶୂନ୍ୟ ଭରି ପାରିବେ। CMP-08 ସ୍ବ-ଆକଳନ କରର ତ୍ରିମାସିକ ନିର୍ଦ୍ଦିଷ୍ଟ ଯାହାକୁ କମ୍ପୋଜିସନ ସ୍କିମ୍ ନେଉଥିବା କରଦାତା ଭରିଥାନ୍ତି। ମୋଟ ୧୭.୧୧ଲକ୍ଷ ଟ୍ୟାକ୍ସପେୟର୍ସ କମ୍ପୋଜିସନ ସ୍କିମର ଅନ୍ତର୍ଗତ ରେଜିର୍ଷ୍ଟଡ ରହିଛି। ଜିଏସଟିଏନ ଅନୁସାରେ କରଦାତାଙ୍କୁ ପରାମର୍ଶ ଦିଆଯାଇଛି ଯେ, ସେମାନେ ଏହି ବ୍ୟବସ୍ଥାର ଲାଭ ନେବା ପାଇଁ ନିର୍ଦ୍ଧାରିତ ଭାବେ ଏସଏମଏସ୍ ପଠାନ୍ତୁ।
ଜିଏସଟି ଅନୁସାରେ କମ୍ପୋଜିସନ ଯୋଜନା ୧.୫କୋଟି ଟଙ୍କା ଯାଏଁ ବ୍ୟବସାୟ ଥିବା କରଦାତାଙ୍କ ପାଇଁ ଏକ ସରଳ ବ୍ୟବସ୍ଥା। ଏହା ଅନୁସାରେ ଛୋଟ କରଦାତାଙ୍କୁ ଆଶ୍ବସ୍ତି ଦିଆଯାଇଛି ଏବଂ ସେମାନେ ଜିଏସଟିର ଜଟିଳ ଔପଚାରିକତାରେ ନପଡ଼ି ନିଜ ବ୍ୟବସାୟ ଉପରେ ରିହାତି ଦରରେ ମାଲ ଏବଂ ସେବା କର ବିନିଯୋଗ କରିପାରିବେ। ଏଥିରେ ବିନିର୍ମାଣକାରୀ ଏବଂ ବ୍ୟବସାୟୀଙ୍କ ପାଇଁ ଜିଏସଟି ଏକ ପ୍ରତିଶତ ଦରରେ ଏବଂ ରେଷ୍ଟୁରାଣ୍ଟକୁ ୫ପ୍ରତିଶତରେ ଜିଏସଟି ଦେବାକୁ ପଡ଼ିଥାଏ। ଏବେ ଏହି ସୁବିଧା ମିଳିବା ପରେ ୩୫ ଲକ୍ଷରୁ ଅଧିକ କରଦାତା ଏସଏମଏସ୍ ଜରିଆରେ ଶୁନ୍ୟ ରିଟର୍ଣ୍ଣ ଅଫଲାଇନରେ ଭରିପାରିବେ।