Below header

ପ୍ରଥମ ଥର ପାଇଁ ନିଜ ଭାବିସ୍ୱାମୀଙ୍କ ଫଟୋ ସେୟାର କଲେ କାଜଲ ଅଗ୍ରଓ୍ଵାଲ, ଏହି ତାରିଖରେ ହେବେ ଗୌତମଙ୍କ ପତ୍ନୀ

ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଏବେ ଅନେକ ଖୁସି ଖବର ଆସୁଛି। ଅନେକ ଫିଲ୍ମ ଷ୍ଟାର କରୋନା କାଳରେ ବିବାହ କରୁଥିବା ବେଳେ ଆଉ କିଛି ହାତକୁ ଦି ହାତ ହେବାକୁ ଯାଉଛନ୍ତି। ସେଭଳି ଜଣେ ଅଭିନେତ୍ରୀ ଏବେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏହି ଅଭିନେତ୍ରୀ ହେଉଛନ୍ତି ଦକ୍ଷିଣ ଭାରତୀୟ ଫିଲ୍ମର ଲୋକପ୍ରିୟ ଅଭିନେତ୍ରୀ କାଜଲ ଅଗ୍ରଓ୍ଵାଲ। ବିବାହ ନେଇ ସୂଚନା ଦେବା ପରେ କାଜଲ ଏବେ ଭାବିସ୍ୱାମୀଙ୍କ ଫଟୋ ସେୟାର କରିଛନ୍ତି।

ଅକ୍ଟୋବର ୩୦ରେ କାଜଲ ବିବାହ କରିବାକୁ ଯାଉଛନ୍ତି। ସେ ଗୌତମ କିଚୁଲୁଙ୍କୁ ବିବାହ କରିବେ ବୋଲି ପୂର୍ବରୁ ସୋସିଆଲ ମିଡିଆରେ ସୂଚନା ଦେଇସାରିଛନ୍ତି। ସେବେଠୁ ଫ୍ୟାନ୍‌ମାନେ ଗୌତମଙ୍କ ବିଷୟରେ ଜାଣିବାକୁ ଲାଗିପଡ଼ିଥିଲେ। ତେବେ ବର୍ତ୍ତମାନ କାଜଲ ନିଜେ ଫ୍ୟାନ୍‌ଙ୍କୁ ନିଜ ଭାବି ସ୍ୱାମୀଙ୍କ ସହ ପରିଚିତ କରାଇଛନ୍ତି।

 

View this post on Instagram

 

Happy Dussehra from us to you ! @kitchlug #kajgautkitched

A post shared by Kajal Aggarwal (@kajalaggarwalofficial) on

ଦଶହରା ଅବସରରେ କାଜଲ ଗୌତମଙ୍କ ସହ ନିଜ ଫଟୋ ସେୟାର କରିଛନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏହି ଫଟୋ ସେୟାର କରି ଫ୍ୟାନ୍‌ଙ୍କୁ ଦଶହରାର ଶୁଭେଚ୍ଛା ଜଣାଇଛନ୍ତି। ଫଟୋରେ ଗୌତମ ଓ କାଜଲଙ୍କ ଯୋଡ଼ି ଖୁବ୍‌ ରୋମାଣ୍ଟିକ୍‌ ଲାଗୁଛି। ଫଟୋ ସେୟାର କରି କାଜଲ ଲେଖିଛନ୍ତି ‘ଆମ ତରଫରୁ ଆପଣ ସମସ୍ତଙ୍କୁ ଦଶହରାର ଶୁଭକାମନା’। ଏହି ପୋଷ୍ଟରେ ସେ ଗୌତମଙ୍କୁ ବି ଟ୍ୟାଗ୍‌ କରିଛନ୍ତି। ଯାହା ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.