ରାଜ୍ୟରେ ଗତ ୨୪ଘଣ୍ଟାରେ ୧୨୪୭ ପଜିଟିଭ୍‌ ଚିହ୍ନଟ, ଗଲା ୧୩ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ୟରେ ଆଜି ୧୩୦୦ ତଳକୁ ଖସିଛି ସଂକ୍ରମଣ। ଗତ ୨୪ଘଣ୍ଟାରେ ୧୨୪୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ୍‌ରୁ ୭୨୯ ଓ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି ୫୧୮। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କଟକରେ ରହିଛନ୍ତି ୧୦୫ ନୂଆ ସଂକ୍ରମିତ।

  ଅଧିକାଂଶ ଜିଲ୍ଲାରେ ୧୦୦ ତଳକୁ ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ୍‌ ୨ଲକ୍ଷ ୮୩ହଜାର ୯୪୨କୁ ବୃଦ୍ଧି ପାଇଛି। ସେପଟେ ଆଉ ୧୩ଜଣଙ୍କ ଜୀବନ ନେଇଛି କରୋନା। ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୨୭୨କୁ ବୃଦ୍ଧି ପାଇଛି। ଆକ୍‌ଟିଭ୍‌ କେସ୍‌ ୧୬ହଜାର ୫୧୨ ରହିଥିବାବେଳେ ୨ଲକ୍ଷ ୬୬ହଜାର ୧୦୫ଜଣ ଆରୋଗ୍ୟ ହେଲେଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.