Below header

‘କୋନ୍‌ ବନେଗା କରୋଡପତି’ରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ସଂପର୍କରେ ଆଲୋଚନା, ବାଲୁକା କଳାକୁ ନେଇ ପ୍ରତିଯୋଗୀଙ୍କୁ ପଚରାଗଲା ପ୍ରଶ୍ନ

ମୁମ୍ବାଇ: ଲୋକପ୍ରିୟ ରିଅଲିଟି ସୋ’ କୋନ୍‌ ବନେଗା କରୋଡପତିରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ସଂପର୍କରେ ଆଲୋଚନା । ବାଲୁକା କଳାକୁ ନେଇ ପ୍ରତିଯୋଗୀଙ୍କୁ ପଚରାଗଲା ପ୍ରଶ୍ନ ।

ସୋ’ର ହୋଷ୍ଟ ବିଗ୍‌ ବି ଅମତାଭ ବଚ୍ଚନ ଜଣେ ପ୍ରତିଯୋଗୀଙ୍କୁ ପଚାରିଥିଲେ, ପଦ୍ମଶ୍ରୀରେ ସମ୍ମାନିତ କେଉଁ କଳାକାର ୨୦୨୦ ଫେବୃଆରୀରେ ନମସ୍ତେ ଟ୍ରମ୍ପ ଆୟୋଜନ ପୂର୍ବରୁ ବାଲୁକା କଳା କରିଥିଲେ । ପ୍ରତିଯୋଗୀ ଜଣଙ୍କ ପ୍ରଶ୍ନର ଉତ୍ତର ଭୁଲ ଦେଇଥିଲେ । ସଠିକ୍‌ ଉତ୍ତର ଦେଇ ଅମିତାଭ କହିଥିଲେ, ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଟ୍ରମ୍ପଙ୍କ ସ୍ୱାଗତରେ ବାଲୁକା କଳା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.