Below header

ଚିନ୍ତା ବଢ଼ାଇଲା ନୂଆ ଭାରିଆଣ୍ଟ, ବିଶ୍ୱର ପ୍ରଥମ ଓମିକ୍ରନ୍‌ ମୃତ୍ୟୁ

ନୂଆଦିଲ୍ଲୀ : କରୋନା ଭାଇରସ୍‌ର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଏବେ ଲୋକଙ୍କ ଚିନ୍ତା ବଢ଼ାଇଛି। ବିଶ୍ୱର ବିଭନ୍ନ ଦେଶକୁ ଏବେ ଏହା ବ୍ୟାପି ଯାଇଥିବା ବେଳେ ବ୍ରିଟେନ୍ ମଧ୍ୟ ଏହାରି ଭିତରେ ସାମିଲ୍‌ ରହିଛି । କିନ୍ତୁ ଆଜି ବ୍ରିଟେନ୍‌ରେ ପ୍ରଥମ ଓମିକ୍ରନ୍‌ ମୃତ୍ୟୁ ହୋଇଛି । ଏନେଇ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ ସୂଚନା ଦେଇଛନ୍ତି ।

ଓମିକ୍ରନ ଭାଇରସରେ ଅଧିକ ସଂକ୍ରମିତ ହୋଇଥିଲେ ବି ଏପର୍ଯ୍ୟନ୍ତ କାହାର ମୃତ୍ୟୁ ହୋଇନଥିବାବେଳେ ବ୍ରିଟେନ୍‌ରେ ପ୍ରଥମ ମୁଣ୍ଡ ନେଇଛି ଏହି ନୂଆ ଭାରିଆଣ୍ଟ । ଦେଶରେ ଜଣେ ଓମିକ୍ରନ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି ବୋଲି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି।

ତେବେ ଓମିକ୍ରନର ପ୍ରଥମ ମୃତ୍ୟୁ ମାମଲା ସାମ୍ନାକୁ ଆସିବା ପରେ ଏହାକୁ ନେଇ ଭୟବହତା ବଢ଼ିଯାଇଛି। ଏବେ ଲୋକମାନଙ୍କୁ ଆହୁରି ସତର୍କ ଆଉ ସୁରକ୍ଷିତ ରହିବା ବେଶ୍‌ ଜରୁରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.