Below header

ରାଜଧାନୀ, ଶତାବ୍ଦୀ ସମେତ ପ୍ରିମିୟମ୍‌ ଟ୍ରେନରେ ୪୦ ଟଙ୍କା ପଯ୍ୟର୍ନ୍ତ ମହଙ୍ଗା ହୋଇପାରେ ଖାଦ୍ୟ

ରାଜଧାନୀ, ଶତାବ୍ଦୀ ଏବଂ ଦୂରନ୍ତୋ ସମେତ ପ୍ରିମିୟମ୍‌ ଟ୍ରେନଗୁଡ଼ିକରେ ଖାଦ୍ୟ ୪୦ ଟଙ୍କା ପଯ୍ୟର୍ନ୍ତ ମହଙ୍ଗା ହୋଇପାରେ। ଆଇଆରସିଟିସି ଏହାର ପ୍ରସ୍ତାବ ଭାରତୀୟ ରେଲେଓ୍ଵ ବୋର୍ଡକୁ ମଞ୍ଜୁରି ପାଇଁ ପଠାଇଛି। ବୋର୍ଡ ଅଧିକାରୀମାନଙ୍କର କହିବା ଅନୁଯାୟୀ, ପ୍ରିମିୟମ ଟ୍ରେନଗୁଡ଼ିକରେ ଖାଦ୍ୟପେୟର ସୁବିଧାକୁ ଆହୁରି ସୁବ୍ୟବସ୍ଥିତ କରିବାକୁ ବିଚାର କରାଯାଉଛି। ଯଦିଓ ଏବେ ଆଇଆରସିଟିସିର ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇନାହିଁ।

train33

ରେଳ ମନ୍ତ୍ରଣାଳୟ ଅଧିକାରୀମାନଙ୍କ କହିବା କଥା ହେଲା, ଯାତ୍ରୀମାନେ ଖାଦ୍ୟର ଖରାପ ଗୁଣାବତ୍ତା ନେଇ ଅଭିଯୋଗ କରିଆସୁଛନ୍ତି। ବିଗତ ଦିନଗୁଡ଼ିକରେ ଗୁଣାବତ୍ତାକୁ ସୁଧାରିବା ପାଇଁ ଖାଦ୍ୟପେୟର ମାତ୍ରାକୁ କମ୍‌ କରିଦିଆଯାଇଥିଲା। ଏକ ରିପୋର୍ଟରେ ମଧ୍ୟ ଧାଯ୍ୟର୍ ମାନଦଣ୍ଡଠାରୁ ଖରାପ ଖାଦ୍ୟ ପରଷିବା ଉପରେ ପ୍ରଶ୍ନ ଉଠିଥିଲା। ବିଗତ ୬ ବର୍ଷ ହେବ ଯଦିଓ ଖାଦ୍ୟର ଦାମ୍‌ ବଢ଼ିନାହିଁ, କିନ୍ତୁ ମୁଦ୍ରାସ୍ପୀତି ବା ଦରଦାମ୍‌ ବଢ଼ିଯାଇଛି।

ଏହାସହ ପଢ଼ନ୍ତୁ: ଯଦି ଆପଣ ପୁରୁଣା ମେଟ୍ରୋ ସ୍ମାର୍ଟ କାର୍ଡ ଧାରକ ତେବେ କାର୍ଡ ସହିତ ସେଲଫି ଉଠାଇ ଜିତନ୍ତୁ ଆକର୍ଷଣୀୟ ଉପହାର

food

ଗୁଣାବତ୍ତାକୁ ସୁଧାରିବା ପାଇଁ ଏବେ ଦାମ୍‌ ବଢ଼ାଇବା ଜରୁରୀ। ବର୍ତ୍ତମାନ ରାଜଧାନୀ ଓ ଶତାବ୍ଦୀ ଏକ୍ସପ୍ରେସରେ ଖାଦ୍ୟର ଦାମ୍‌ ପାଖାପାଖି ୧୧୨ ଟଙ୍କା ଅଛି ଏବଂ ୫ ଦିନ ପାଇଁ ଅଲଗା ଅଲଗା ମେନ୍ୟୁ ରହିଛି। ଏହାକୁ ବଦଳାଇ ବଦଳାଇ ଖାଦ୍ୟ ପରଷାଯାଇଥାଏ। ଏହି ଟ୍ରେନ୍‌ଗୁଡ଼ିକରେ ସକାଳ ଜଳଖିଆରେ ଭେଜ୍‌ କଟଲେଟ୍‌, ଆମଲେଟ୍‌, ବ୍ରେଡ୍‌ ସ୍ଲାଇସ୍‌ ଓ ଚା’ ମିଳିଥାଏ। ଲଞ୍ଚ୍‌ ଏବଂ ଡିନରରେ ଦୁଇଟି ପରଟା କିମ୍ବା ରୁଟି ସହ ଡାଲି, ଦହି, ଆଚାର, ଭାତ ଓ ଆମିଷ ଉପଲବ୍ଧ ହୋଇଥାଏ। ଯଦି ଆଇଆରସିଟିସିର ପ୍ରସ୍ତାବକୁ ବୋର୍ଡ ମଞ୍ଜୁର କରିବ, ତା’ହେଲେ ଖାଦ୍ୟର ମୂଲ୍ୟ ୧୫୦ ଟଙ୍କାରୁ ଅଧିକ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.