Below header

ମ୍ୟାନ ଭର୍ସେସ ୱାଇଲଡ ସୋ, ମୋଦିଙ୍କ ସହ ସୁଟିଂ ବେଳର ଅନୁଭୂତି ବାଣ୍ଟିଲେ ସଂଚାଳକ ବିଅର ଗ୍ରିଲ୍ସ

ଆସନ୍ତା ସୋମବାର ଡିସକଭରି ଚ୍ୟାନେଲରେ ପ୍ରସାରିତ ହେବାକୁ ଥିବା ମ୍ୟାନ ଭର୍ସେସ ୱାଇଲଡ ସୋରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାର ପ୍ରୋମୋ ରିଲିଜ ହେବା ପରେ ସୋର ସଂଚାଳକ ବିଅର ଗ୍ରିଲ୍ସ ପ୍ରତିକ୍ରିୟା ରଖିଛନ୍ତି । ପୂର୍ବରୁ ବାରାକ ଓବାମାଙ୍କ ସହ ସହ ସୋରେ ଯେଉଁଭଳି ଅନୁଭୂତି ସାଉଁଟିଥିଲେ ମୋଦିଙ୍କ ସହ କାମ କରି ସେଭଳି ଅନୁଭୂତି ପାଇଥିବା କହିଛନ୍ତି ଗ୍ରିଲ୍ସ୍। ଉଭୟ ନେତାଙ୍କ ମଧ୍ୟରେ ବହୁ ସମାନତା ରହିଛି। ଉଭୟ ଓବାମା ଓ ମୋଦି ପରିବେଶ ସୁରକ୍ଷା ପ୍ରତି ପ୍ରତିବଦ୍ଧ ରହିଛନ୍ତି। ଜିମ୍ କର୍ବେଟ ଜଙ୍ଗଲରେ ମୋଦି ଯୁବସୁଳଭତା ପ୍ରଦର୍ଶନ କରିଥିଲେ। ତାଙ୍କର ଏଭଳି ଯୁବ ଆଚରଣ ଗ୍ରିଲ୍ସଙ୍କୁ ଆଶ୍ଚର‌୍ୟ୍ୟ କରିଥିବା ସେ କହିଛନ୍ତି। ଭାରତ ଏକ ସୁନ୍ଦର ଦେଶ। କିନ୍ତୁ ପରିବେଶ ସୁରକ୍ଷା ଓ ପ୍ଲାଷ୍ଟିକ ବର୍ଜନ ପାଇଁ ଅଧିକ ସଚେତନତା ଆବଶ୍ୟକ ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.