ପଟ୍ଟାମୁଣ୍ଡାଇରେ ତିନ୍ ତଲାକ୍ ଅଭିଯୋଗ, ହାଇଦ୍ରାବାଦରୁ ସ୍ବାମୀ ଫୋନ୍ ଯୋଗେ ସ୍ତ୍ରୀଙ୍କୁ ଦେଲେ ଛାଡପତ୍ର

କେନ୍ଦ୍ରାପଡ଼ା (କେନ୍ୟୁଜ୍) : ତିନ ତଲାକ ଅପରାଧ ଶ୍ରେଣୀଭୁକ୍ତ ସହ ଦଣ୍ଡବିଧାନ ପାଇଁ ବିଲ୍ ଗୃହୀତ ହୋଇଛି । ଏପରି ସ୍ଥିତିରେ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇରୁ ଆସିଛି ତିନ୍ ତଲାକ୍ ଅଭିଯୋଗ । ୧୧ ନମ୍ବର ଓ୍ଵାର୍ଡରେ ରହୁଥିବା ଜଣେ ମହିଳାଙ୍କୁ ହାଇଦ୍ରାବାଦରେ ରହୁଥିବା ତାଙ୍କ ସ୍ୱାମୀ ତିନ୍ ତଲାକ୍ ଦେଇଥିବା ଅଭିଯୋଗ ହୋଇଛି । ୫ ବର୍ଷ ତଳେ ସେ ଆସିକ୍ ସୁଫିଆ ଖାନଙ୍କୁ ବିବାହ କରିଥିଲେ । ଦୁଇ ମାସ ପରେ ତାଙ୍କୁ ହାଇଦ୍ରାବାଦ ନେଇଯାଇଥିଲେ । ପରେ ପଟ୍ଟାମୁଣ୍ଡାଇ ଘରେ ଛାଡି ଦେଇଥିଲେ । ସେଠାରେ ତାଙ୍କୁ ଶାରୀରିକ ଓ ମାନସିକ ନିର‌୍ୟାତନା ଦିଆଯାଇଥିବା ଅଭିଯୋଗ ହୋଇଛି । କିଛି ଦିନ ତଳେ କଥା କଟାକଟିରୁ ସ୍ୱାମୀ ତାଙ୍କୁ ଫୋନରେ ତିନ୍ ତଲାକ୍ କହି ଫୋନ୍ କାଟି ଦେଇଥିବା ପୀଡ଼ିତା ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.