Below header

ଟମାଟୋର ମହଙ୍ଗା ମାଡରେ ପାକିସ୍ତାନର ମୁହଁ ଲାଲ୍, କିଲୋ ପ୍ରତି ଦର ୩୦୦ ଟଙ୍କା

ପାକିସ୍ତାନକୁ ମହଙ୍ଗା ପଡ଼ିଲା ଭାରତ ସହ ଶତ୍ରୁତା । ପାକିସ୍ତାନରେ ଏବେ ଟମାଟୋ କିଲୋ ପ୍ରତି ଦର ୩୦୦ ଟଙ୍କା ହୋଇଛି । ଟମାଟୋର ମହଙ୍ଗା ମାଡରେ ପାକରେ ମୁହଁ ଲାଲ୍ ପଡ଼ିଛି । ଧାରା ୩୭୦ ଉଚ୍ଛେଦ ପରେ ଭାରତ ସହ କାରବାର ବନ୍ଦ କରିଛି ପଡୋଶୀ ପାକ୍ । ଏହା ଦ୍ୱାରା ଭାରତକୁ ଉଭୟ ଆର୍ଥିକ ଏବଂ ମାନସିକ ସ୍ତରରେ କ୍ଷତି ପହଞ୍ଚିବ । କିନ୍ତୁ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଏହି ପଦକ୍ଷେପ ଓଲଟା ନିଜ ଉପରେ ପଡିଛି । ପ୍ରଥମରୁ ହିଁ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲା ପାକ୍ । ଏବେ ଏହି ଦର ବୃଦ୍ଧି ଯେମିତି ଭାଙ୍ଗିଦେଇଛି ମେରୁଦଣ୍ଡ । ପାକିସ୍ତାନର ସାଧାରଣ ଜନତା ଉପରେ ସିଧାସଳଖ ଏହାର ପ୍ରଭାବ ପଡିଛି । ଭାରତରୁ ଏକ ବଡ଼ ପରିମାଣର ରପ୍ତାନୀ ହେଉଥିବାରୁ ପାକିସ୍ତାନରେ ପରିବାର ଦର ନିୟନ୍ତ୍ରଣ ରହୁଥିଲା । କିନ୍ତୁ ନିଜ ଗୋଡରେ ନିଜେ କୁରାଢୀ ମାରିଛି ପାକ୍ । ଏବେ ଆକାଶ ଛୁଆଁ ହେଲାଣି ପରିବା ଦର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.