Below header

ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ଟିଏନ ଶେଷାନଙ୍କ ୮୬ ବର୍ଷ ବୟସରେ ପରଲୋକ

ଚେନ୍ନାଇ: ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ଟିଏନ ଶେଷାନଙ୍କ ପରଲୋକ। ଗତକାଲି ବିଳମ୍ବିତ ରାତିରେ ଚେନ୍ନାଇରେ ହୃଦଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ଟିଏନ ଶେଷାନଙ୍କ ପରଲୋକ। ଦେଶର ୧୦ମ ମୁଖ୍ୟ ନିର୍ବାଚନ କମିସନର ଭାବେ ୧୯୯୦ ଡିସେମ୍ବର ୧୨ତାରିଖରୁ ୧୯୯୬ ଡିସେମ୍ବର ୧୧ ତାରିଖ ଯାଏ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ସମୟରେ ଭାରତର ନିର୍ବାଚନ ପ୍ରକ୍ରିୟାରେ ବ୍ୟାପକ ସଂସ୍କାର ଅଣାଯାଇଥିଲା। କଠୋର ନିର୍ବାଚନ ଆଚରଣ ବିଧି ଲାଗୁ କରି ରାଜନୈତିକ ଦଳମାନଙ୍କ ପାଇଁ ସେ ବଡ଼ ଚ୍ୟାଲେଞ୍ଚ ସୃଷ୍ଟି କରିଥିଲେ।

TNSESHANନିରପେକ୍ଷତା, ନିଷ୍ଠାପରତା ଓ ସ୍ୱଚ୍ଛତା ତାଙ୍କର ପରିଚୟ ଥିଲା। ନିର୍ବାଚନକୁ ସ୍ୱଚ୍ଛ, ନିରପେକ୍ଷ ଓ ବ୍ୟବସ୍ଥିତ କରାଇବାକୁ ଯାଇ ଅନେକ ନିୟମ ଲାଗୁ କରିଥିଲେ। ଗଣ୍ଡଗୋଳକୁ ଦୃଷ୍ଟିରେ ରଖି ଅନେକ ନିର୍ବାଚନ ବାତିଲ କରିବା ସହ ବିହାରରେ ବୁଥ ଜବରଦଖଲ ରୋକିବାକୁ ପ୍ରଥମ ଥର ପାଇଁ କେନ୍ଦ୍ରୀୟ ପୋଲିସ ଫୋର୍ସ ମୁତୟନ କରାଇଥିଲେ। ଫଳରେ ନିର୍ବାଚନ ସଂସ୍କାର ଦ୍ୱାରା ଗଣତନ୍ତ୍ର ଆହୁରି ସୁଦୃଢ ହୋଇଥିଲା।

୧୯୩୨ରେ କେରଳର ପାଲକ୍କଡ଼ରେ ଜନ୍ମଗ୍ରହଣ କରିଥିବା ଶେଷାନ ୧୯୫୫ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ। ତାମିଲନାଡ଼ୁ ସରକାରରେ ବିଭିନ୍ନ ବିଭାଗର ସଚିବ ଓ ପରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟ କରିଥିଲେ ଶେଷାନ। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ନୀତିନ ଗଡ଼କରୀ, କଂଗ୍ରେସ ସାଂସଦ ଶଶୀ ଥରୁର ଓ ବହୁ ରାଜନେତା ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.