ଉଦ୍‌ଯାପିତ ହେଲା କିଟ୍‌ ଇଣ୍ଟରନ୍ୟାସନାଲ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିବା ଚିଲଡ୍ରେନ୍ସ ଲିଟେରାରୀ ଫେଷ୍ଟିଭାଲ

ଭୁବନେଶ୍ବର:ଉଦ୍‌ଯାପିତ ହୋଇଛି ସପ୍ତମ ନ୍ୟାସନାଲ ଚିଲଡ୍ରେନ୍ସ ଲିଟେରାରୀ ଫେଷ୍ଟିଭାଲ। କିଟ୍‌ ଇଣ୍ଟରନ୍ୟାସନାଲ ସ୍କୁଲ ପରିସରରେ ଏହା ଅନୁଷ୍ଠିତ ହୋଇଥିଲା। ୨ ଦିନ ଧରି ଚାଲି ଥିବା ଏହି ଉତ୍ସବରେ ରାଜ୍ୟ ଓ ରାଜ୍ୟ ବାହାରର ବିଭନ୍ନ ସ୍କୁଲର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଉତ୍ସବରେ ଦେଶର ଅନେକ ବିଶିଷ୍ଟ ଲେଖକ, ଗାଳ୍ପିକ , ବ୍ୟଙ୍ଗକାର ଓ ସାହିତ୍ୟିକ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ଉଦବୋଧନ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ କର୍ମଶାଳା ଆୟୋଜିତ ହେବା ସହ ଶତାବ୍ଦୀର ଅନେକ ପତ୍ରପତ୍ରିକା ପତ୍ରିକା ପ୍ରଦର୍ଶିତ ହୋଇଥିଲା। ଛାତ୍ରଛାତ୍ରୀଙ୍କୁ ସାମ୍ପ୍ରତିକ ସମୟରେ ସାହିତ୍ୟ ଅନୁରାଗୀ କରିବା ଉଦ୍ଦେଶ୍ୟରେ କିଟ୍‌ ଓ କ୍ଲାଉଡ-ନାଇନ୍‌ ପକ୍ଷରୁ ଏହି ଉତ୍ସବ ଆୟୋଜିତ ହୋଇଥିଲା। ଉଦପାନୀ ଉତ୍ସବରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.