ବୁଲ୍‌ବୁଲ୍‌ ପ୍ରଭାବିତ ଜିଲ୍ଲାରେ ଆକାଶମାର୍ଗରୁ ସର୍ଭେ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର:ବୁଲ୍‌ବୁଲ୍‌ ପ୍ରଭାବିତ ଜିଲ୍ଲାରେ ଆକାଶମାର୍ଗରୁ ସର୍ଭେ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଅପରାହ୍ଣରେ ଆକାଶମାର୍ଗରୁ ସର୍ଭେ କରିବେ ନବୀନ । ସେପଟେ ବାତ୍ୟା ବୁଲବୁଲ ଓ ବର୍ଷାରେ କଣ କ୍ଷୟକ୍ଷତି ହୋଇଛି । ଏ ନେଇ ୭ ଦିନ ଭିତରେ ରିପୋର୍ଟ ଦେବାକୁ ପ୍ରଭାବିତ ଜିଲ୍ଲାପାଳଙ୍କୁ କୁହାଯାଇଛି । କ୍ଷୟକ୍ଷତି ଆକଳନ ନେଇ ଲୋକସେବା ଭବନରେ ୬ ଜିଲ୍ଲାପାଳଙ୍କ ସହ ମୁଖ୍ୟ ଶାସନ ସଚିବ ସମୀକ୍ଷା କହିଛନ୍ତି । ବୁଲବୁଲ ପ୍ରଭାବରେ ରାଜ୍ୟରେ ୩ ଲକ୍ଷ ହେକ୍ଟର ଚାଷ ଜମି ଓ ୫ ହଜାର ୫୦୦ ଘର ପ୍ରଭାବିତ ହୋଇଛି । ସେହିପରି ୧୬ ଲକ୍ଷ ବିଦ୍ୟୁତ୍‌ ଉପଭୋକ୍ତା ପ୍ରଭାବିତ ହୋଇଛନ୍ତି । ଏ ଯାଏଁ ୧୫ ଲକ୍ଷ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ଯୋଗାଣ ସରିଥିବା ବେଳେ କାଲି ସୁଦ୍ଧା ଆଉ ୭୦ ହଜାର ଉପଭୋକ୍ତା ଓ ମଙ୍ଗଳବାର ସୁଦ୍ଧା ଅନ୍ୟ ୩୦ ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର । ବିଦ୍ୟୁତ୍‌ ସମସ୍ୟା ଉପୁଜିଥିବା ଜାଗାରେ ଟ୍ୟାଙ୍କରରେ ପାଣି ଯୋଗାଇ ଦିଆଯାଉଛି । ରାଜନଗର, ରାଜକନିକା, ଭଦ୍ରକର କିଛି ଅଂଶ ଜଳମଗ୍ନ ରହିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ୮୬୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ତେବେ ୩୦ ଜଣଙ୍କୁ ଛାଡ଼ି ସମସ୍ତେ ଘରକୁ ଫେରିିଛନ୍ତି । ବାତ୍ୟାରେ ୧୫ ପଶୁ ଓ ୫୦ ପକ୍ଷୀଙ୍କ ମୃତ୍ୟୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.