Below header

ଫାର୍ମହାଉସ୍‌ରେ ଗୋଡ଼ ଖସି ପଡ଼ିଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆର୍‌, ହସ୍ପିଟାଲରେ ଚାଲିଛି ଚିକିତ୍ସା

ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ। ଗୁରୁବାର ରାତିରେ ତାଙ୍କ ଗୋଡ଼ ଖସିଯିବାରୁ ସେ ତଳେ କଚାଡ଼ି ହୋଇ ପଡ଼ିଯାଇଥିଲେ।

ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ। ଗୁରୁବାର ରାତିରେ ତାଙ୍କ ଗୋଡ଼ ଖସିଯିବାରୁ ସେ ତଳେ କଚାଡ଼ି ହୋଇ ପଡ଼ିଯାଇଥିଲେ। ଏହାପରେ ତାଙ୍କୁ ହାଇଦ୍ରାବାଦର ଯଶୋଦା ହସ୍ପିଟାଲକୁ ନିଆଯାଇଥିଲା। ଏରାଭଲିସ୍ଥିତ ତାଙ୍କ ଫାର୍ମହାଉସ୍‌ରେ ଏହି ଘଟଣା ଘଟିଛି।

କେସିଆର୍‌ଙ୍କ ପୁଅ ଟ୍ଵିଟ୍‌ କରି ଏହା ବିଷୟରେ ସୂଚନା ଦେଇଛନ୍ତି। ସେ ଟ୍ଵିଟ୍‌ରେ କହିଛନ୍ତି, ‘ବିଆର୍‌ଏସ୍‌ ସୁପ୍ରିମୋ କେସିଆର୍‌ଙ୍କୁ ମାମୁଲି ଆଘାତ ଲାଗିଛି। ବର୍ତ୍ତମାନ ସେ ହସ୍ପିଟାଲର ବିଶେଷଜ୍ଞ ଡାକ୍ତରଙ୍କ ହେପାଜତରେ ଅଛନ୍ତି। ସମର୍ଥନ ଏବଂ ଶୁଭକାମନା ହେତୁ ବାପା ବହୁତ ଜଲ୍‌ଦି ସୁସ୍ଥ ହୋଇଯିବେ। ଆପଣ ସମସ୍ତଙ୍କ ଭଲ ପାଇବା ପାଇଁ ଧନ୍ୟବାଦ’।

ସୂଚନାଥାଉ କି, ତେଲେଙ୍ଗାନାରେ ଡିସେମ୍ବର ୩ରେ ବିଧାନସଭା ନିର୍ବାଚନର ଫଳାଫଳ ଆସିଥିଲା। ଏଥିରେ କେସିଆର୍‌ଙ୍କ ଦଳକୁ ବଡ଼ ଝଟ୍‌କା ଲାଗିଛି। ଦଳ ଶାସନ କ୍ଷମତାରୁ ବାହାରି ଯାଇଛି। କଂଗ୍ରେସ ତେଲେଙ୍ଗାନାରେ ପ୍ରଚଣ୍ଡ ବହୁମତ ହାସଲ କରିଛି। ୧୧୯ ଆସନ ବିଶିଷ୍ଟ ତେଲେଙ୍ଗାନାରେ ନଭେମ୍ବର ୩୦ରେ ମତଦାନ ହୋଇଥିଲା। ଡିସେମ୍ବର ୩ରେ ଆସିଥିବା ଫଳାଫଳରେ କଂଗ୍ରେସ ବାଜି ମାରିନେଇଥିଲା। ଏହି ନିର୍ବାଚନରେ କଂଗ୍ରେସ ୬୪ଟି ଏବଂ ବିଆର୍‌ଏସ୍‌ ୩୯ଟି ଆସନରେ ବିଜୟ ହାସଲ କରିଛନ୍ତି। ଯେତେବେଳେ କି, ବିଜେପି ଏବଂ ଅନ୍ୟାନ୍ୟ ଦଳକୁ ୮ଟି ଲେଖାଏ ଆସନ ମିଳିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.